ଜୀବନଶୈଳୀ

ଗର୍ଭବତୀ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଜନ୍ମ ପୂର୍ବରୁ ରୋଗିଣା ହୋଇପାରେ ଛୁଆ

ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭବତୀ ଥିବା ସମୟ ଖୁବ୍‌ ଖାସ୍‌ ହୋଇଥାଏ। ଏହିସମୟରେ ମହିଳାମାନେ ଶାରୀରିକ, ମାନସିକ ଏବଂ ଭାବନାତ୍ମକ ପରିବାର୍ତ୍ତନରେ ଗୀତି କରିଥାନ୍ତି। ଏହି ସମୟରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ଅନେକ ଖାଇବା ଜିନିଷ ମନା କରାଯାଇଥାଏ। ଏହାବ୍ୟତୀତ ଗର୍ଭବତୀ ମହିଳାମାନେ ଏହି ସମୟରେ ନିଜର ଧ୍ୟାନ ରଖିବା ସହ ଗର୍ଭରେ ବଢୁଥିବା ଶିଶୁର ମଧ୍ୟ ସଠିକ୍‌ ଧ୍ୟାନ ରଖିବା ଜରୁରୀ। ବିଶେଷ ରୂପେ ଯେଉଁ ମହିଳାମାନେ ପ୍ରଥମ ଥର ପାଇର୍ ଗର୍ଭବତୀ ହୋଇଥାନ୍ତି ସେମାନଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ସମୟରେ କେଉଁ କାମ କରିବା ମାଁ ଏବଂ ଶିଶୁ ହୋଇଥାଏ ଭୟଙ୍କର।

Pregnancy-ଗର୍ଭବତୀ ହେବା ସମୟରେ ଭୁଲରେ ବି ଭାରୀ ଜିନିଷ ଉଠାନ୍ତୁ ନାହିଁ। କାରଣ ଭାରୀ ଜିନିଷ ଉଠାଇବା ଦ୍ୱାରା ଆପଣଙ୍କ ଗର୍ଭରେ ବଢୁଥିବା ଶିଶୁର ସ୍ଥାନ ପରିବର୍ତ୍ତନ କରିଥାଏ। ଯାହାଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ।

-ଗର୍ଭବତୀ ମହିଳାମାନେ ବିଶେଷ ରୂପେ ଅଧିକାଂଶ ସମୟ ମୋବାଇଲ ବ୍ୟବହାର କରିବା ଅନୁଚିତ। କାରଣ ଧ୍ୟାନ ରଖନ୍ତୁ ଫୋନରେ କମ ବ୍ୟାଟେରୀ ଥିବା ସମୟରେ ଫୋନ ବ୍ୟବହାର କରବା ଦ୍ୱାରା ସେଥିରୁ ବାହାରୁଥିବା ତରଙ୍ଗ ମାଁ ଏବଂ ଶିଶୁଙ୍କ ପାଇଁ କ୍ଷତିକାରକ ହୋଇପାରେ।

baby-ଗର୍ଭବତୀ ଥିବା ସମୟରେ ଯେପରି ଗର୍ଭବତୀ ହେବାର ସମୟ ବଢି-ବଢି ଚାଲିଥାଏ ସେହିପରି ମହିଳାମାନଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ। କେବେ କେବେ ମିଠା ଖାଇବାକୁ ମନ ହୋଇଥାଏ ତ କେବେ କେବେ ଲୁଣୀ ଖାଇବାକୁ ଇଛା ହୋଇଥାଏ। କିନ୍ତୁ ଏହି ସମୟରେ ଅତ୍ୟାଧିକ ମିଠା ଖାଇବା ଦ୍ୱାରା ଜେଷ୍ଟେସନଲ ଡାଇବେଟିଜ୍‌ ହେବାର ଭୟ ରହିଥାଏ। ସେହିଭଳି ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ ଶରୀରରେ ଓ୍ଵାଟର ରିଟେଂସନର ସମସ୍ୟା ଦେଖାଯାଇପାରେ।

pregnant-woman-ଏହାବ୍ୟତୀତ ଗର୍ଭବତୀ ଥିବା ସମୟରେ ଶରୀରର ତାପମାନ ଅଧିକ ରହିବା ଉଚିତ ନୁହେଁ। ଏଥିସହ ପ୍ରତ୍ୟେକ ଦିନ ୮ହଜାର ୟୁନିଟ୍‌ରୁ ଅଧିକ ଭିଟାମିନ-ଏ ଖାଇବା ଅନୁଚିତ ଏବଂ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରନ୍ତୁ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button