ରାଶିଫଳ

ଧନ-ସମୃଦ୍ଧି ପ୍ରାପ୍ତି ପାଇଁ ମକର ରାଶିର ବ୍ୟକ୍ତି ଆପଣାନ୍ତୁ ଏହି ଉପାୟ

ମକର ରାଶିର ସ୍ୱାମୀ ହେଉଛନ୍ତି ଶନି। ରାଶିଚକ୍ରର ଏହା ଦଶମ ରାଶି। ଏହି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ କଥାକୁ ଅତି ଗଭରୀ ଭାବେ ଚିନ୍ତା କରିଥାନ୍ତି। ଧନ ଏବଂ ବ୍ୟବସାୟ ମାମଲାରେ ଏହି ରାଶିର ଜାତକ ବହୁତ ସାବଧାନ ରହିଥାନ୍ତି। ଏହି ଜାତକର ବ୍ୟକ୍ତି ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାନ୍ତି। ନିଜର ଦାୟିତ୍ୱକୁ ଭଲଭାବେ ତୁଲାଇଥାନ୍ତି। ଏହାବ୍ୟତୀତ ଏହି ରାଶିର ବ୍ୟକ୍ତି ଦୃଢ ନିଶ୍ଚୟୀ ଏବଂ ମହତ୍ତ୍ୱକାଂକ୍ଷୀ ହୋଇଥାନ୍ତି। ଜ୍ୟୋତିଷଶାସ୍ତ୍ରରେ ମକର ରାଶି ବ୍ୟକ୍ତିଙ୍କ ପାଇଁ ଅନେକ ଉପାୟ ଉଲ୍ଲେଖ କରାଯାଇଛି। ଏହି ଉପାୟ କରିବା ଦ୍ୱାରା ଭଲ ଫଳ ପ୍ରାପ୍ତି ହୋଇଥାଏ।

-ଧନ-ସମୃଦ୍ଧି ଏବଂ ବୈଭବ ପ୍ରାପ୍ତି ପାଇଁ ମକର ରାଶିର ବ୍ୟକ୍ତିମାନେ ନିଜ ଆଲମାରୀରେ ନୀଳ ରଙ୍ଗର ବସ୍ତ୍ର ବିଝାଇ ରଖନ୍ତୁ। ଯଦି ଆପଣ ପର୍ଯ୍ୟାପ୍ତ ଧନ ଉପାର୍ଜନ କରିବା ପରେ ମଧ୍ୟ ଧନ ସଞ୍ଚୟ କରି ରଖିପାରୁ ନାହାନ୍ତି ତେବେ ଆପଣ କଦଳୀ ଗଛ ଲଗାଇବା ସହ ତାର ରକ୍ଷଣା-ବେକ୍ଷଣା ଦାୟିତ୍ୱ ବହନ କରନ୍ତୁ। ଏଥିସହ ଆପଣ ପ୍ରତ୍ୟେକ ଦିନ ଏହି ଗଛ ତଳେ ଦୀପ ଲଗାନ୍ତୁ।

capricorn--ଯଦି ଆପଣଙ୍କ ଦାମ୍ପତ୍ୟ କୌଣସି ପ୍ରକାର ସମସ୍ୟା ଚାଲିଥାଏ କିମ୍ବା ବିବାହ ଯୋଗ୍ୟ ହେବା ପରେ ଯଦି ସମସ୍ୟା ଦେଖାଯାଇଥାଏ ତେବେ ସାବଧାସନତାର ସହ ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀରରେ ମହୁ ମିଶାଇ ଭଗବାନ ଶଙ୍କରଙ୍କର ଅଭିଷେକ କରନ୍ତୁ ଏବଂ ନିଜ ଶୋଇବା ଘରେ ମୟୂରପୂଛ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ୟା ସମାଧାନ ହୋଇଯିବ।

-ଯଦି ଆପଣଙ୍କ ମନ ସ୍ଥିର ରହିଥାଏ ତେବେ ଆପଣ ଗୁରୁବାର ଦିନ କୌଣସି ମନ୍ଦିରରେ କଦଳୀ ଗଛ ଲଗାନ୍ତୁ। ଏଥିସହ ସେହି ଗଛର ଯତ୍ନ ନିଅନ୍ତୁ।

study-ମକର ରାଶିର ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ପାଇଁ ନିଜର ଛାଇ ଦେଖାଯାଉଥିବା ପାତ୍ର ଦାନ କରନ୍ତୁ। ଏହାର ଅର୍ଥ ହେଉଛି କୌଣସି ମାଟି କିମ୍ବା ଲୁହା ପାତ୍ରରେ ସୋରିଷ ତେଲ ଭର୍ତ୍ତି କରି ନିଜର ଛାଇ ଦେଖନ୍ତୁ ଏବଂ ସେହି ପାତ୍ରକୁ ଦାନ କରନ୍ତୁ।

-ମକର ରାଶିର ସ୍ୱାମୀ ହେଉଛନ୍ତି ଶନି। ଏହି ଜାତକର ବ୍ୟକ୍ତିମାନେ ଶନିଙ୍କ ଶାନ୍ତି ପାଇଁ ନିଲମ ପଥର ଏବଂ ସାତମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏପରି କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button