କୋବି ତରକାରୀ ଖାଇ ଖାଇ ବିରକ୍ତ ହୋଇଗଲେଣିକି, ତେବେ ଘରେ ପ୍ରସ୍ତୁତ କରି ଟେଷ୍ଟ କରନ୍ତୁ ଟେଷ୍ଟି ‘କୋବି ପରଠା’

ଶୀତ ଦିନରେ ସହଜରେ ମିଳୁଥିବା କୋବି ତରକାରୀ ବା ଭଜା ଭାବେ ଖାଇ ଖାଇ ଅଧିକାଂଶ ଲୋକ ବିରକ୍ତ ହୋଇଯାନ୍ତି । ଅନେକତ କୋବି ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେଣୁ କୋବିକୁ କିଛିଟା ଭିନ୍ନ ଅନ୍ଦାଜର ସହ ଖାଇଲେ ସ୍ୱାଦ ତ ବଦଳିଯାଏ । ନଖାଇବା ଲୋକେ ବି ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ନିୟମିତ ଏମିତି କୋବି ଖାଇବା ବଦଳରେ କିଛିଟା ଭିନ୍ନ ସ୍ୱାଦ ଚାଖିବା ପାଇଁ “କୋବି ପରଠା”ର ମଜା ନିଅନ୍ତୁ ।
ଆବଶ୍ୟକ ହେଉଥିବା ସାମଗ୍ରୀ:
୧. ଅଟା- ୨୫୦ ଗ୍ରାମ
୨. ତେଲ -୨ ଚାମଚ
୩. ଲୁଣ – ସ୍ୱାଦ ଅନୁସାରେ
୪. ପାଣି
୫. କୋବି- ଛୋଟ ଛୋଟ କଟାଯାଇଥିବା
୬. ହଳଦୀ
୭. ଧନିଆ ପାଉଡର

୮. ଜିରା ବା ଜୁଆଣି
୯. ଧନିଆ ପାଉଡର
୧୦. ଧନିଆ ପତ୍ର
୧୧. ଆମଚୁର ପାଉଡର
ପ୍ରସ୍ତୁତି ପ୍ରଣାଳୀ:
-ଏଗୁଡିକୁ ଭଲ ଭାବେ ମିଶାଇ ଏକ ଅଟା ଚକଟା ପ୍ରସ୍ତୁତ କରନ୍ତୁ । ଚକଟିବା ପରେ ୨୦ ରୁ ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ବନ୍ଧା କୋବିରୁ ଉପର ତ୍ୱଚାକୁ ବାହାର କରି ଦିଅନ୍ତୁ । ଏବେ ୫ ରୁ ୧୦ ମିନିଟ ପାଇଁ ଗରମ ପାଣିରେ ପକାନ୍ତୁ ।
– ଏବେ ଏକ ପ୍ୟାନ ଗରମ କରି ସେଥିରେ ଏକ ଚାମଚ ତେଲ ଦିଅନ୍ତୁ । ଏବେ ସେଥିରେ ଛୋଟ ଚାମଚ ଜୁଆଣି ବା ଜିରା ଫୁଟାନ୍ତୁ ।
– ଏବେ ସେଥିରେ କଟା ଯାଇଥିବା କୋବି ପକାନ୍ତୁ । ଏବେ ସେଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । କିଛି ସମୟ ପାଇଁ ଢାଙ୍କି ଛାଡ଼ି ଦିଅନ୍ତୁ ।
– ମିଶ୍ରଣ ଟିକୁ ସେତେ ସମୟ ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ ଯେ ପର୍ଯ୍ୟନ୍ତ ଏହା ସିଝି ନ ଯିବ । ଏବେ ସେଥିରେ ଏକ ଛୋଟ ଚାମଚ କଞ୍ଚା ଲଙ୍କା, ଏକ ଚାମଚ ଅଦା, ଛୋଟ ଚାମଚ ହଳଦୀ ପାଉଡର, ଛୋଟ ଚାମଚ ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ମସଲା ପାଉଡର, ଆମଚୁର ପାଉଡର ଆଦି ଦିଅନ୍ତୁ ।

– କୋବି ସହ ବିଭିନ୍ନ ପାଉଡରକୁ ଭଲ ଭାବେ ମିକ୍ସ କରନ୍ତୁ ।
– ରାନ୍ଧି ହୋଇଆସିଲେ ଧନିଆ ପତ୍ର ଦିଅନ୍ତୁ ।
– ଏବେ ଆପଣଙ୍କ କୋବି ପରଠାର ଷ୍ଟପିଙ୍ଗ ପ୍ରସ୍ତୁତ ହୋଇଗଲା ।
– ଏବେ ଏହି ଷ୍ଟପିଙ୍ଗକୁ ଅଟା ଗୋଳା ଭିତରେ ଦେଇ ପରଠା ଭଳି ବେଲି ଦିଅନ୍ତୁ । ଏବେ ଗରମ ତାୱାରେ ଦେଇ ଧୀରେ ଧୀରେ ତେଲ ଦେଇ ପରଠା ହେବା ପର୍ଯ୍ୟନ୍ତ ଭଲ ଭାବେ ସେକି ଦିଅନ୍ତୁ ।



