ଦେଶ ବିଦେଶ

ପାଟି ରୁ ଛାଡିବନି ସ୍ୱାଦ, ଯଦି ଖାଇବେ ‘ରାଜସ୍ଥାନୀ ମସଲା ବାଟୀ’

ଆପଣ ଏବେ ବାହାର ଜିନିଷ ଖାଇବା ଉଚିତ ନୁହେଁ। କାହିଁକିନା ଏବେ ଯେମିତି ଚାରିଆଡେ କରୋନା ଭୟ ବ୍ୟାପିଛି ଏବେ ଆପଣଙ୍କୁ ବାହାରୁ କିଣି ଖାଇବା ଉଚିତ ନୁହେଁ। ଆପଣଙ୍କ ପାଇଁ ଭଲ ହେବ ଆପଣ ଘରେ କିଛି ସ୍ନାକ୍ସ ଆଇଟମ୍‌ ବନାଇବା। ଏଥିପାଇଁ ଆଜି ଆମେ ଆପଣଙ୍କ ପାଈଁ ନେଇ ଆସିଛୁ ଖାସ୍‌ ରାଜସ୍ଥାନୀ ଫେମସ ମସଲା ବାଟି ରେସିପି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-୨ କପ୍‌ ଦରଦରା ପେଶା ହୋଇଥୁବା ଗହମ

-୪ ଚାମଚ ଘିଅ

-୨ ଚାମଚ ଲାଲ ଲଙ୍କା ପାଉଡର

-୧/୪ ଚାମଚ ହଳଦି ପାଉଡର

-୧/୪ ଟେବୁଲ ଚାମଚ ଗରମ ମସଲା ପାଉଡର

-ଲୁଣ ସ୍ୱାଦାନୁସାରେ

-୧ ଟେବୁଲ ଚାମଚ ଜିରା ପାଉଡର

-ପାଣି ଆବଶ୍ୟକ ଅନୁସାରେ

-ଘିଅ ବା ତେଲ ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

-ଗହମ ଅଟାରେ ଘିଅ, ଲାଲ ଲଙ୍କା ପାଉଡର, ହଳଦି ପାଉଡର, ଜିରା ପାଉଡର, ଗରମ ମସଲା ପାଉଡର, ଲୁଣ ଏବଂ ଆବଶ୍ୟକ ଅନୁଯାୟୀ ପାଣି ଦେଇ କଡା କରି ଚକଟି ଦିଅନ୍ତୁ।

-ଏହାପରେ ଛୋଟ ଛୋଟ ଗୋଲା ବନାଇ ୧୦-୧୫ ମିନିଟ୍‌ ବାମ୍ଫରେ ରଖନ୍ତୁ।

-ଆଞ୍ଚରୁ ବ ।ହାର କରି ଥଣ୍ଡା ହେବା ପାଇଁ ରଖନ୍ତୁ ଏବଂ ୨ ଭାଗରେ କାଟି ଦିଅନ୍ତୁ।

-ଏବେ ଏକ ପ୍ୟାନରେ ଘିଅ ବା ତେଲ ଗରମ କରି ଏହି ଷ୍ଟିମ ବଲସକୁ ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ଛାଣି ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button