ବିଚାର

ଘରେ ପ୍ରସ୍ତୁତ ହେଉଥିବା ଏହି ୪ ପ୍ରକାରର ଚଟଣୀ ବଢ଼ାଇଥାଏ ଆପଣଙ୍କ ଇମ୍ୟୁନିଟି, ଏମିତି ମିଳିବ ଫାଇଦା

କୌଣସି ପ୍ରକାର ସଂକ୍ରମଣ କିମ୍ବା ଭାଇରସ ଠାରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ରହିବା ବହୁତ ଜରୁରୀ ହୋଇଥାଏ। ଇମ୍ୟୁନିଟିକୁ ବଢ଼ାଇବା ପାଇଁ ଆମେ ପ୍ରତିଦିନ କିଛି ନା କିଛି ହେଲଦି ଫୁଡ଼ ଖାଇଥାନ୍ତି। ସେହିପରି ବିଭିନ୍ନ ପ୍ରକାର ପାଣିରେ ମଧ୍ୟ ଇମ୍ୟୁନିଟି ମଜବୁତ ହୋଇଥାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି କିଛି ଖାସ ପ୍ରକାରର ଚଟଣୀ ଖାଇବା ଦ୍ୱାରା ମଧ୍ୟ ଇମ୍ୟୁନିଟି ମଜବୁତ ରହିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦକ୍ଷିଣ ଭାରତ ଲୋକ ନିଜ ଡାଏଟରେ ଚଟାଣିକୁ ନିଶ୍ଚୟ ସାମିଲ କରନ୍ତି। ଏହି ଚଟଣୀ ଖାଇବାରେ ସ୍ୱାଦିଷ୍ଟ ହେବାସହିତ ଇମ୍ୟୁନିଟିକୁ ମଧ୍ୟ ବଢାଇଥାଏ। ତାହେଲେ ଆସନ୍ତୁ ଜାଣିବା କଣ କଣ ସେହି ସବୁ ଚଟଣୀ।

ଧନିଆ ପତ୍ର ଚଟଣୀ

chaniପ୍ରାୟ ସବୁ ଭାରତୀୟଙ୍କ ଘରେ ଏହି ଚଟଣୀ ପ୍ରସ୍ତୁତ କରାଯାଏ। ଏହା ନା କେବଳ ଖାଇବାରେ ସ୍ୱାଦିଷ୍ଟ ହୋଇଥାଏ ବରଂ ଏହି ଚଟଣୀ ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗ ମଧ୍ୟ ଦୂର ହୋଇଥାଏ। ଏହି ଚଟାଣିରେ ଭିଟାମିନ ସି, ଭିଟାମିନ କେ ଏବଂ ପ୍ରୋଟିନ ବହୁତ ଅଧିକ ମାତ୍ରାରେ ରହିଥାଏ। ଏହା ଇମ୍ୟୁନିଟି ବୁଷ୍ଟ କରିବା କାମ କରିଥାଏ। ଏହାଛଡା ଏହି ଚଟଣୀ ଡାଇବେଟିସ ରୋଗୀଙ୍କ ପାଇଁ ବହୁତ ଭଲ ଅଟେ।

ପୋଦିନା ପତ୍ର ଚଟଣୀ

chatneyଧନିଆପତ୍ର ଭଳି ପୋଦିନା ପତ୍ର ଚଟଣୀ ମଧ୍ୟ ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ତିଆରି କରାଯାଏ। ଗରମ ଦିନରେ ଏହି ଚଟଣୀ ବହୁତ ଫାଇଦପୂର୍ଣ୍ଣ ହୋଇଥାଏ। ଏଥିରେ ଭିଟାମିନ ବି, ଭିଟାମିନ ସି, ଭିଟାମିନ ଡି ଏବଂ ଭିଟାମିନ ଇ ମହଜୁଦ ରହିଛି। ଏହା ଇମ୍ୟୁନିଟି ବୁଷ୍ଟ କରିବା ସହିତ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ରଖିଥାଏ। ଭୋକ ବଢ଼ାଇଥାଏ ଏବଂ ପାଚନ ଶକ୍ତିକୁ ମଜବୁତ କରିଥାଏ।

ଟମାଟୋ ଚଟଣୀ

tammatoଟମାଟୋ ଚଟଣୀ ଖାଇବାରେ ବହୁତ ହି ସ୍ୱାଦିଷ୍ଟ ହୋଇଥାଏ। ଏହାକୁ ସବୁ ବୟସର ଲୋକ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ଭିଟାମିନ ସି, କେ ଏବଂ ଏର ମାତ୍ରା ବହୁତ ରହିଥାଏ। ଏଥିରେ ପୋଟାସିୟମ ମଧ୍ୟ ଅଧିକ ରହିଥାଏ। ଏହି ଚଟଣିକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ ହୋଇଥାଏ। ହାର୍ଟ ସମ୍ବନ୍ଧୀୟ ରୋଗର ଭୟକୁ ମଧ୍ୟ କମ କରିଥାଏ ଏବଂ ବ୍ଲଡ଼ ପ୍ରେସର ମଧ୍ୟ ନର୍ମାଲ ରହିଥାଏ।

ଆମ୍ବୁଲ ଚଟଣୀ

ambulaଆମ୍ବୁଲ ପେଟ ପାଇଁ ବହୁତ ଅଧିକ ଭଲ ହୋଇଥାଏ। ଏହା ଇମ୍ୟୁନିଟିକୁ ବଢାଇବା ସହିତ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦୂର କରିଥାଏ। ଏହି ଚଟଣୀରେ ଭିଟାମିନ ସିର ମାତ୍ରା ବହୁତ ଅଧିକ ରହିଥାଏ। ଏହା ବ୍ଲଡ଼ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ପାଚନ ଶକ୍ତିକୁ ବଢ଼ାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button