ସନ୍ଧ୍ୟା ସମୟରେ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛିକି, ତେବେ ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି “ମଟର ଚାଟ”

ଜାରି ହୋଇଥିବା ଲକ ଡାଉନ ସମୟରେ ପିଲା ମାନେ ଆଉ ଘରୁ ବାହାରି ପାରୁ ନାହାନ୍ତି କି ବାହାରେ ଖେଳି ବୁଲି ପାରୁ ନାହାନ୍ତି । ସବୁ ଯେମିତି ଏକ ପ୍ରକାର ଠପ ହେଇ ଯାଇଛି କହିଲେ ଚଳେ । ସ୍କୁଲ ବନ୍ଦ ହୋଇଯିବା କାରଣରୁ ପିଲାଙ୍କୁ ଅନଲାଇନ ସହାୟତାରେ ହୋମ ଵର୍କ ଦିଆଯାଉଛି । ଏମିତି ଏକ ସମୟରେ ସେମାନଙ୍କ ମୁଡ଼କୁ କିଛିଟା ବଦଳେଇବା ପାଇଁ କିଛି କିଛି ସ୍ପେଶାଲ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ । ତେଣୁ କରି ଆଜି ଆମେ ଆପଣଙ୍କ ପାଇଁ “ମଟର ଚାର୍ଟ”ର ପ୍ରସ୍ତୁତି ପ୍ରଣାଳୀ ନେଇ ଆସିଛୁ । ଏହାକୁ ସନ୍ଧ୍ୟା ସମୟରେ ଘରେ ପ୍ରସ୍ତୁତ କରି ପିଲା ମାନଙ୍କୁ ଖୁଆନ୍ତୁ ।
ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ:
ମଟର- 250 ଗ୍ରାମ
ପିଆଜ -2 ଟି କଟାଯାଇଥିବା
ଟମାଟୋ – କଟାଯାଇଥିବା
କଞ୍ଚା ଲଙ୍କା- 2 ରୁ 3ଟି
ଅଦା- ଗୋଟେ ଇଞ୍ଚ

ହଳଦୀ – ଗୋଟେ ଚାମଚ
ଚାଟ ମସଲା – ଗୋଟେ ଚାମଚ
ଜିରା ପାଉଡର- 2 ଚାମଚ
ଲଙ୍କା ପାଉଡ଼ର – ଅଧା ଚାମଚ
ଲୁଣ ସ୍ବଦାନୁସାରେ
ଇମଲି ରସ – 2 ଚାମଚ
ଦହି- 4 ଚାମଚ
ସେଓ – 100 ଗ୍ରାମ
ଧନିଆ- କଟା ଯାଇଥିବା
ପ୍ରସ୍ତୁତି ପ୍ରଣାଳୀ:
– ପ୍ରଥମେ ମଟରକୁ 2 ଟି ସିଟି ଦେଇ ସିଝାଇ ଦିଅନ୍ତୁ
– ଏବେ ଏକ ବାଉଲରେ ଢାଳନ୍ତୁ
– ଏହା ଉପରେ କଟା ପିଆଜ, ଟମାଟୋ, କଞ୍ଚା ଲଙ୍କା, ଅଦା, ଚାଟ ମସଲା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଲୁଣ ଦିଅନ୍ତୁ
– ଏବେ ଏହା ଉପରେ ସେଓ ପକାନ୍ତୁ
– ସ୍ୱାଦ ଅନୁସାରେ ତେନ୍ତୁଳି ରସ ଦିଅନ୍ତୁ
– ଏବେ ତାହା ଉପରେ କଟା ଧନିଆ ପତ୍ର ଓ ପିଆଜ ଦେଇ ଗରମ ଗରମ ପରସନ୍ତୁ



