ହାଇପର୍ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି, ତାହେଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ସାଧାରଣତଃ ଅମ୍ଳପିତ୍ତକୁ ହାଇପର୍ ଏସିଡିଟି କୁହାଯାଇଥାଏ । ଶରୀରରେ କୌଣସି କାରଣରୁ ପିତ୍ତର ମାତ୍ରା ଅଧିକ ହୋଇଗଲେ ଏପରି ହୋଇଥାଏ । ଏହା ଏକ ପିତ୍ତ ବିକାର ଅଟେ ଏବଂ ଏହା କୁପିତ୍ତ ହୋଇ ଅମ୍ଳୀୟ ବା ଖଟା ହୋଇଯାଇଥାଏ । ତାହେଲେ ଆସନ୍ତୁ ଜାଣିବା ଶରୀରରେ ହେଉଥିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମକୁ କଣ କରିବା ଉଚିତ୍ ।
କେବେବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ
ଯଦି ଆପଣଙ୍କର ହାଇପର୍ ଏସିଡିଟି ଭଳି ସମସ୍ୟା ରହିଛି ତାହେଲେ ଆପଣ ମଦ୍ୟ ପାନ, ମାଛ, ମାଂସ, ଗରମ୍ ଚା କିମ୍ବା କଫି, ହରଡ ଡାଲି, ଅଧିକ ଲଙ୍କା ଥିବା ଖାଦ୍ୟ ପଦାର୍ଥ ଇତ୍ୟାଦି ସେବନ କରନ୍ତୁ ନାହିଁ ।

ହାଇପର୍ ଏସିଡିଟି ବା ଅମ୍ଳପିତ୍ତ ରୋଗୀ ମାନେ ମିଶ୍ରି, ଅଁଳା, ଅଙ୍ଗୁର, ଡାଳିମ୍ବ, କଦଳୀ ଇତ୍ୟାଦି ଫଳ ସହିତ ଲାଉ, କଲରା, ଧନିଆ ଓ ଶାଗ ଇତ୍ୟାଦି ଖାଇବା ଆବଶ୍ୟକ । ଏହା ବ୍ୟତୀତ ସେମାନେ ନିୟମିତ ରୂପେ କ୍ଷୀର ପିଇବା ମଧ୍ଯ ଜରୁରୀ ।
ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିମ୍ବ ଛେଲି ଗୁଣ୍ଡକୁ ରାତିସାରା ପାଣିରେ ଭିଜାଇ ସକାଳୁ ପିଇବା ଦ୍ଵାରା ଉପସମ ମିଳିଥାଏ । ଏହା ବ୍ୟତୀତ ଯଷ୍ଟିମଧୁର ଗୁଣ୍ଡକୁ ପାଣିରେ ଫୁଟାଇ ପିଇବା ଦ୍ଵାରା ମଧ୍ଯ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । କ୍ଷୀରରେ ତ୍ରିଫଳା କିମ୍ବା କ୍ଷୀରରେ କିସମିସ ଫୁଟାଇ ପିଇବା ଦ୍ଵାରା ମଧ୍ଯ ଏଥିରୁ ଲାଭ ମିଳିଥାଏ । ଏଥିରେ ମାନସିକ ଚିନ୍ତାରୁ ମୁକ୍ତି ପାଇବା ପାଇଁ ଯୋଗ, ଆସନ ଏବଂ ଔଷଧର ପ୍ରୟୋଗ କରନ୍ତୁ ।



