ବିଚାର

ସନ୍ଧ୍ୟାରେ ଚା’ର ସ୍ଵାଦକୁ ଆହୁରି ମଜାଦାର କରିଦେବ ‘ସୁଜି ପକୋଡ଼ି’

ଲକଡାଉନ ପାଇଁ ଏବେ ସମସ୍ତେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। କାରୋନାକୁ ହରାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ବାହାରକୁ ନ ବାହାରିବା କାରଣରୁ ଆପଣ ବଜାର ପ୍ରସ୍ତୁତ ଜିନିଷ କିଛି ଖାଇ ପାରୁନାହାନ୍ତି। ଏଥିପାଇଁ ଆପଣ ଆଦୌ ବି ବ୍ୟସ୍ତ ହୁଅନ୍ତୁନାହିଁ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ସୁଜି ପକୋଡ଼ି’। ଯାହାର ସ୍ଵାଦରେ ଆପଣ ପୁରା ଦିୱାନା ହୋଇଯିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ସୁଜି
  • ବନ୍ଧା କୋବି
  • ଫୁଲ କୋବି
  • ରିଫାଇନ ତେଲ
  • ଦହି
  • ବେକିଂ ସୋଡା
  • ଲୁଣ
  • କଞ୍ଚା ଲଙ୍କା
  • ଧନିଆପତ୍ର

ପ୍ରସ୍ତୁତି ପ୍ରଣାଳୀ

-ଏକ ପାତ୍ରରେ ସୁଜି, ଦହି, ବନ୍ଧାକୋବି, ଫୁଲକୋବି, ଧନିଆପତ୍ରଏବଂ ସ୍ଵାଦନୁସାରେ ଲୁଣ ପକାଇ ସାମାନ୍ୟ ପାଣି ପକାଇ ଗୋଳାଇ ଦିଅନ୍ତୁ।
-ଗ୍ୟାସ ଉପରେ କଡ଼ା ବସାଇ ତେଲ ଗରମ କରନ୍ତୁ।
-ଏବେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ଆଣି ଗୋଲ ହୋଲ କରି ପକୋଡ଼ି ଭଳି ତେଲରେ ଛାଣନ୍ତୁ।
-ଏହି ପକୋଡ଼ି ଭଲ ଭାବରେ ଛାଣି ହୋଇଗଲା ପରେ ଏହାକୁ ଏକ ପ୍ଲେଟକୁ ବାହାର କରିଦିଅନ୍ତୁ।
-ଏବେ ଆପଣଙ୍କ ସୁଜି ପକୋଡ଼ି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ସସ୍ ସହିତ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button