ବିଚାର

ଏକଦମ ନୂଆ ରେସିପି କେହି ବି ଖାଇନଥିବେ ‘ସିମେଇ ବିସ୍କୁଟ’

ଲକଡାଉନ ସମୟରେ ଅନେକ ଲୋକ ଅନେକ ପ୍ରକାର ନୂଆ ନୂଆ ବ୍ୟଞ୍ଜନ ତିଆରି କରୁଛନ୍ତି। ଜମା ରୋଷେଇ ଜାଣି ନଥିବା ଲୋକ ବି ଏହି କରୋନା ଲକଡାଉନ ବେଳେ ରୋଷେଇ ଶିଖିଗଲେଣି। ଘରେ ଖାଲି ବସିବା ଅପେକ୍ଷା କିଛି ନୂଆ ରେସିପି ଟ୍ରାଏ କରିବା ବୁଦ୍ଧିମାନର କାମ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏମିତି ରେସିପି ଯାହା ବିଷୟରେ ଆପଣ ହୁଏତ କେବେ ଶୁଣି ନଥିବେ କି ଖାଇ ନଥିବେ। ଆମେ ଆପଣଙ୍କୁ କହୁଛୁ ‘ସିମେଇ ବିସ୍କୁଟ’ ବିଷୟରେ ଯାହା ନିଜର ସ୍ଵାଦରେ ଆପଣଙ୍କ ମନ କିଣିନେବ। ତାହେଲେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

ସିମେଇ – ୨୦୦ ଗ୍ରାମ
କଣ୍ଡେସଡ଼ ମିଳ୍କ – ୧କପ
ଘିଅ – ୧ ଟେବୁଲ ଚାମଚ
ବାଦାମ – ଅଧା କପ (ଛୋଟ କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

ସିମେଇକୁ ଏକ ପାତ୍ରରେ ରଖି ହାତରେ ଦବାଇ ଭାଙ୍ଗି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଘିଅକୁ ଗରମ କରନ୍ତୁ। ଯେତେବେଳେ ଘିଅ ଗରମ ହେଇଯିବ ସେତେବେଳେ ଏଥିରେ ସିମେଇ ପକାଇ ୬-୭ ମିନିଟ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଭାଜି ଦିଅନ୍ତୁ। ଏହାପରେ ଏଥିରେ କଣ୍ଡେସଡ଼ ମିଳ୍କ ମିଶାଇ ଭଲଭାବେ ମିକ୍ସ କରନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏହି ମିଶ୍ରଣକୁ ସାମାନ୍ୟ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।

ଏବେ ଏକ ଛୋଟ ସାଇଜର ଢ଼ାଙ୍କୁଣୀ ନିଅନ୍ତୁ ସେଥିରେ ଏହି ମିଶ୍ରଣକୁ ପକାଇ ଭଲଭାବେ ଦବାଇ ଦିଅନ୍ତୁ। ଏହାପରେ ଢ଼ାଙ୍କୁଣୀକୁ ଦୁଇ ହାତ ମଝିରେ ରଖି ଦବାନ୍ତୁ। ଏହାପରେ ଧୀରେ ଧୀରେ ବାହାର କରି ଏକ ପ୍ଲେଟରେ ରଖିଦିଅନ୍ତୁ। ଏମିତି ସମସ୍ତ ମିଶ୍ରଣରେ ବିସ୍କୁଟ ବନାଇ ତା ଉପରେ ବାଦାମ ପକାଇ ସଜାଇ ଦିଅନ୍ତୁ। ୨୦ ମିନିଟ ପର୍ଯ୍ୟନ୍ତ ଏହାକୁ ସେଟ ହେବା ପାଇଁ ରଖିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ‘ସିମେଇ ବିସ୍କୁଟ’।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button