ମନୋରଞ୍ଜନ

ଥାନାରେ Anubhav ! କିଏ ମାଗୁଛି ଟଙ୍କା ?

ବନ୍ଧୁଗଣ, ସୂଚନା ଅନୁଯାୟୀ ସାଂସଦ ଅନୁଭବ ମହାନ୍ତି ଙ୍କୁ ନେଇ ଏକ ବଡ ଖବର ଆସିଛି ସାଂସଦ ଅନୁଭବ ମହାନ୍ତି ଆଉ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ବିବାଦ ମାମଲା ଆସନ୍ତା କାଲି ୧୭ ତାରିଖରେ ଶୁଣାଣି ହେବାକୁ ଅଛି, ଆଉ ଏହା ଭିତରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଆଉ ଅଭିଯୋଗ ହେଉଛି ଯେ ତାଙ୍କ ନାମରେ ଡୋନେସନ ଲଗାଯାଉଅଛି । ତେବେ କିଏ ଏବଂ କିଭଳି ଡୋନେସନ ମାଗୁଛି ?

ସୋ-ସି-ଆ-ଲ ମି-ଡି-ଆ ପ୍ଲାଟଫର୍ମ ଏବଂ ଇଂଷ୍ଟାଗ୍ରାମ ରେ ଫେକ ଆକାଉଣ୍ଟ ଖୋଲା ଯାଇଅଛି ସାଂସଦ ଅନୁଭବ ମହାନ୍ତି ଙ୍କ ନାମରେ । ଏହାକୁ ନେଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ । ତେବେ ଆଜି ଅନୁଭବ କଟକ ସାଇବର ଥାନା ଏବଂ ଅର୍ଥନୈତିକ ଅପରାଧ ଥାନାରେ ଏତଲା ଦେଇଛନ୍ତି । ଆଉ ସବୁଠାରୁ ବଡ କଥା ହେଲା ଯେ ଅନୁଭବ ଙ୍କ ଖୋଲା ଯାଇଥିବା ଏହି ଫେକ ଆକାଉଣ୍ଟ କୁ ୧ ଲକ୍ଷ ୯୪ ହଜାର ଲୋକ ଫଲୋ କରିଛନ୍ତି ।

ଆଉ ଏହା ମଧ୍ୟରେ ଲୋକ ମାନଙ୍କୁ ଡୋନେସନ ମାଗୁଥିବା ନଜର କୁ ଆସିଛି । ଆଉ ଏହାକୁ ନିଜେ ଅନୁଭବ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଅନୁଭବ ଙ୍କ କହିବ କଥା ଯେ କେହି ଜଣେ ତାଙ୍କ ନାମରେ ଇଂଷ୍ଟାଗ୍ରାମ ରେ ଫେକ ଆକାଉଣ୍ଟ ଖୋଲିଛି ଆଉ ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକ ମାନଙ୍କୁ ଆର୍ଥିକ ସହାୟତା ମାଗୁଛି ।

ମାତ୍ର ଅପର ପାର୍ଶ୍ଵ ରେ ସାଂସଦ ଅନୁଭବ ମହାନ୍ତି ଙ୍କୁ ସେହି ବ୍ୟକ୍ତି ଜଣଙ୍କ ବ୍ଲକ କରିଛି । ଯେଉଁଥି ପାଇଁ ଇଂଷ୍ଟାଗ୍ରାମ ରେ ଥିବା ପୋଷ୍ଟ ଗୁଡିକୁ ନିଜେ ଅନୁଭବ ମହାନ୍ତି ପଡିପାରୁ ନାହାଁନ୍ତି । ଅନ୍ୟ ପଟରେ ଫେସବୁକ ରେ ମଧ୍ୟ ସମାନ ଭାବରେ ଏକ ପେଜ ଆକାଉଣ୍ଟ ଖୋଲା ଯାଇଥିବା ଅନୁଭବ ଅଭିଯୋଗ ଆଣିଛନ୍ତି । ଏହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

ଆଉ ଅନ୍ୟ ପାର୍ଶ୍ଵରେ ସ୍ଥାୟୀ ଭାବରେ ସେହି ଫେକ ଆକାଉଣ୍ଟ କୁ ବନ୍ଧ କରିବା ନିମନ୍ତେ ଅନୁଭବ ମହାନ୍ତି ନିବେଦନ କରିଛନ୍ତି । ଆସନ୍ତା କାଲି ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟରେ ଶୁଣାଣି ହେବାର ଅଛି । ତେବେ ଏହାକୁ ନେଇ ସମସ୍ତଙ୍କ ନଜର ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button