ବିଚାର

ଶୋଇବା ସମୟରେ ଦେଖିଥିବା ସ୍ୱପ୍ନ ପୂରଣ ହେଉ ଚାହୁଁଛନ୍ତି କି, ତାହେଲେ ଉଠିବା ମାତ୍ରକେ ହିଁ କରନ୍ତୁ ଏହି କାମ

ସ୍ୱପ୍ନର ଦୁନିଆ ବହୁତ ଅଜବ ହୋଇଥାଏ ଯାହା ଉପରେ ଆମେ ଅଧିକାର ସାବ୍ୟସ୍ତ କରିପାରନ୍ତିନାହିଁ। ଆମେ ଶୋଇଥିଲାବେଳେ କେଉଁ ସମୟରେ ସ୍ୱପ୍ନ ଦେଖନ୍ତି ତାହା ଆମ ଅଧୀନରେ ନଥାଏ। ସ୍ୱପ୍ନ ବି ଅନେକ ପ୍ରକାରର ଥାଏ, କିଛି ଖରାପ ଆଉ କିଛି ଭଲ।

prayଖରାପ ସ୍ୱପ୍ନ ସମସ୍ତେ ଭୁଲିଯିବାକୁ ପସନ୍ଦ କରନ୍ତି କିନ୍ତୁ ଭଲ ସ୍ୱପ୍ନକୁ ପୂରଣ ହେବା ପାଇଁ ଇଚ୍ଛା ରଖିଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ମତ୍ସ୍ୟ ପୁରାଣରେ କିଛି ଏମିତି ଉପାୟ ରହିଛି ଯାହା ସାହଯ୍ୟରେ ଆପଣ ଶୋଇବା ସମୟରେ ଦେଖୁଥିବା ସ୍ୱପ୍ନ ପୂରଣ ହୋଇପାରିବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

dream-ଭଲ ସ୍ୱପ୍ନ ପୂରଣ ହେଉ ଏଥିପାଇଁ ଆଖି ଖୋଲିବାର ସର୍ବ ପ୍ରଥମେ ନିଜ ଆରାଧ୍ୟ ଦେବତାଙ୍କୁ ଧ୍ୟାନ କରନ୍ତୁ। ଏହାପରେ ଦେଖିଥିବା ସ୍ୱପ୍ନ ପାଇଁ ଭଗବାନକୁ ଧନ୍ୟବାଦ କୁହନ୍ତୁ। ଭଗବାନକୁ ପ୍ରାର୍ଥନା କରନ୍ତୁ ସ୍ୱପ୍ନ ପୂରା କରିବାକୁ। ଧ୍ୟାନ ରଖନ୍ତୁ ସ୍ୱପ୍ନ ବିଷୟରେ ଅନ୍ୟ କାହାକୁ ନ ଜଣାଇବାକୁ। ନଚେତ ଖରାପ ନଜର ପଡିପାରେ। ଯଦି ଆପଣ ବ୍ରହ୍ମମୁହୂର୍ତ୍ତରେ ଭଲ ସ୍ୱପ୍ନ ଦେଖିଥାନ୍ତି ତେବେ ଉଠିବା ମାତ୍ରକେ ହିଁ ଭଗବାନଙ୍କୁ ଭଜନ କରନ୍ତୁ। ଧ୍ୟାନ ରଖନ୍ତୁ ଏହାପରେ ଯେମିତି ନ ଶୁଅନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button