ବିଚାର

ସ୍କିନ୍‌ ଇନ୍‌ଫେକ୍‌ସନ୍‌ ଦୂର କରିବା ପାଇଁ ନିୟମିତ ମୁହଁରେ ମହୁ ଲଗାନ୍ତୁ, ୫ ଦିନରେ ଦେଖିପାରିବେ ପରିବର୍ତ୍ତନ

ମହୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ମହୁ ବ୍ୟବହାର କରି ଆପଣ ତ୍ୱଚାକୁ କୋମଳ କରିପାରିବେ। ମହୁରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟକ୍ଟେରିଆଲ୍‌ ଗୁଣ ରହିଛି। ସ୍କିନ୍‌ ଇନ୍‌ଫେକସନ୍‌ ହେଲେ ଆପଣ ସେହି ସ୍ଥାନରେ ତୁରନ୍ତ ମହୁ ଲଗାନ୍ତୁ, କିଛି ସମୟ ମଧ୍ୟରେ ଆରାମ ଲାଗିବ।

 

ଏମିତି କରନ୍ତୁ ମହୁ ବ୍ୟବହାର:

ତ୍ୱଚାକୁ ନରମ ରଖିବା ପାଇଁ ଏକ ଚାମଚ ମହୁ ନେଇ ତ୍ୱଚାରେ ମାଲିସ କରି ୧୦ ମିନିଟ୍‌ ଛାଡ଼ିଦିଅନ୍ତୁ। ମୁହଁ ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। କିଛି ଦିନ ଏଭଳି କରିବା ଦ୍ୱାରା ମୁହଁରେ ଚମକ ଆସିଥାଏ। ବଜାରର ମହୁ ଅପେକ୍ଷା ଅର୍ଗାନିକ ମହୁ ଅଧିକ ଲାଭଦାୟକ ହୋଇଥାଏ। ଏବେ ସବୁ ଜାଗାରେ ଏହା ଉପଲବ୍ଧ ହେଉଛି।

honey

 

କେବଳ ତ୍ୱଚାପାଇଁ ନୁହେଁ କେଶ ପାଇଁ ମଧ୍ୟ ମହୁ ବେଶ୍‌ ଲାଭକାରୀ ହୋଇଥାଏ। କେଶ ଝଡ଼ୁଥିଲେ ମହୁ ଲଗାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

11 Amazing Benefits of Honey For Weight Loss, Hair and Skin - NDTV ...

ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ଦୃଢ଼ କରିବାକୁ ମଧ୍ୟ ଆପଣ ମହୁ ବ୍ୟବହାର କରିପାରିବେ। ଏହା ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇ ଶରୀରକୁ ଭିତରୁ ଷ୍ଟ୍ରଙ୍ଗ୍‌ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button