ବିଚାର

ରୋଷେଇ ଘରେ ଥିବା ଏହି ପାଞ୍ଚଟି ଜିନିଷ ବଢାଇବ ଆପଣଙ୍କ ଇମ୍ୟୁନିଟି ପାଓ୍ଵାର, ଜାଣନ୍ତୁ ଏବଂ ସୁସ୍ଥ ରୁହନ୍ତୁ

ଦୁର୍ବଳ ଇମ୍ୟୁନିଟ୍‌ ପାଓ୍ଵାର ଥିବା ଲୋକଙ୍କୁ ଖୁବ୍‌ ଜଲଦି ଜ୍ୱର କିମ୍ବା ଥଣ୍ଡା ହୋଇଯାଏ। କରୋନା ଭାଇରସ ଏବଂ ବଦଳୁଥିବା ପାଣିପାଗ ଯୋଗୁଁ ଆପଣଙ୍କ ଇମ୍ୟୁନିଟ୍‌ ସିଷ୍ଟମ ଖରାପ ହେବାକୁ ଲାଗୁଛି। ଏଥିପାଇଁ ପ୍ରତିଦିନ ସୁସ୍ଥ ଆହାର ଭୋଜନ କରିବା ସହିତ ଇମ୍ୟୁନିଷ୍ଟ ବୁଷ୍ଟ କରିବା ଉଚିତ। ଏମିତି କେବେ ଖାଦ୍ୟ ରହିଛି, ଯାହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ବଢାଇବାରେ ସବୁଠାରୁ ଅଧିକ ଫାଇଦା ଦେଇଥାଏ। ଏହି ଖାଦ୍ୟ ଆପଣଙ୍କ ରୋଷେଇ ଘରେ ରହିଛି, ଯାହା ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ବୁଷ୍ଟ କରିଥାଏ।

c

ଭିଟାମିନ ସି : ରୋଗ ପ୍ରତିରୋଧକ କ୍ଷମତା ବଢାଉଥିବା ଖାଦ୍ୟ ମଧ୍ୟରେ ଭିଟାମିନ ସି ଅନ୍ୟତମ। ଭିଟାମିନ ସି ସବୁଠାରୁ ଅଧିକ ଖଟା ଫଳରେ ହିଥାଏ। ଯେପରିକି କମଳା, ଷ୍ଟ୍ରବେରୀ, ଲେମ୍ବୁ, ଜାମୁନ, ଅଳାଁ ଇତ୍ୟାଦି। ଭିଟାମିନ ସି ଶରୀରରେ ଶ୍ୱେତ ରକ୍ତ କୋଷିକାକୁ ସୃଷ୍ଟି କରିଥାଏ। ଯାହା ସଂକ୍ରମଣ ସହିତ ଲଢିବା ପାଇଁ ସାହାଯ୍ୟ କରିଥାଏ।

ନାଲି ସିମଲା ଲଙ୍କା : ଖଟା ଫଳ ତୁଳନାରେ ନାଲି ସିମଲା ଲଙ୍କାରେ ଦୁଇଗୁଣା ଭିଟାମିନ ରହିଥାଏ। ଏଥିରେ ପ୍ରଚୁର ପରିମାଣର ବିଟା କେରୋଟିନ ରହିଥାଏ। ଇମ୍ୟୁନି ସିଷ୍ଟମ ବଢାଇବା ଛଡା ଭିଟାମିନ ସି ତ୍ୱଚାକୁ ସୁସ୍ଥ କରିଥାଏ ନାଲି ସିମଲା ଲଙ୍କା।

ada

ଅଦା : ଅଦାରେ ଏକ ଚାମଚ ରସରେ ମହୁ ମିଶାଇ ସକାଳ ଏବଂ ସନ୍ଧ୍ୟାରେ ଖାଲି ପେଟରେ ଖାଇବା ଉଚିତ। ଏମିତି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହିତ ଥଣ୍ଡା-କଫ ଭଳି ସମସ୍ୟା ଦୂର କରିଥାଏ। ଏହାଛଡା ଅଦା ବିଭିନ୍ନ ପ୍ରକାର କ୍ୟାନସର, ଅନ୍ତରୋଗ ଏବଂ ଗଣ୍ଠି ଯନ୍ତ୍ରଣା ଦୂର କରିବା ପାଇଁ ଲାଭପ୍ରଦ ହୋଇଥାଏ।

ହଳଦୀ : ଭାରତୀୟ ପରିବେଶ ହଳଦୀ ଏପରି ଏକ ମସଲା, ଯାହାକୁ ପ୍ରତ୍ୟେକ ଘରେ ବ୍ୟବହାର କରାଯାଏ। ହଳଦୀ ଚା’ ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ।

rasuna

ରସୁଣ : ରସୁଣ ଶରୀର ପାଇଁ ଲାଭଦାୟକ ହୋଇଥାଏ। ରସୁଣ ବ୍ଲଡ ପ୍ରେସରକୁ କମ୍‌ କରିବାରେ ସହାୟକ ହୋଇଥାଏବ ଏବଂ ଧମନୀକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ। ରସୁଣକୁ ପ୍ରଥମରୁ ଜ୍ୱର ଏବଂ ଥଣ୍ଡାରୁ ରକ୍ଷା ହେବା ପାଇଁ ବ୍ୟବହାର କରାଯାଏ। ଆପଣ ମଧ୍ୟ ଇନ୍ୟୁନିଟ୍‌ ସିଷ୍ଟମକୁ ବଢାଇବା ପାଇଁ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button