କେଶରେ ଚମକ ଚାହୁଁଛନ୍ତି କି? ବ୍ଯବହାର କରନ୍ତୁ ଚା’ପତିରେ ପ୍ରସ୍ତୁତ ହେୟାର ସିରମ୍

ସାଧାରଣତଃ ଅଧିକାଂଶ ଲୋକମାନେ କେଶରେ ଚମକ ଆଣିବା ପାଇଁ ଚାହିଁଛନ୍ତି। ଏଥିପାଇଁ ଲୋକମାନେ ମହଙ୍ଗା ହେୟାର ସିରମ୍ ମଧ୍ଯ ବ୍ଯବହାର କରିଥାନ୍ତି। ଯଦି ଆପଣ କମ ଖର୍ଚ୍ଚରେ କେଶକୁ ସାଇନ୍ ଏବଂ ଗ୍ଲସି ଲୁକ୍ ଦେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମଧ୍ଯ ଏକ ଉତ୍ତମ ବିକଳ୍ପ ରହିଛି। ଆଜ୍ଞା ହଁ ଆପଣ ଘରେ ସହଜରେ ହେୟାର ସିରମ୍ ତିଆରି କରିପାରିବେ। କେବଳ ଚା’ପତିରେ ତିଆରି ହୋଇଥିବା ସିରମ୍ କେଶକୁ କ୍ଷତି ମଧ୍ଯ ପହଞ୍ଚାଇନଥାଏ। ତେବେ ଆସନ୍ତୁ ଜାଣିବା ଚା’ପତିରେ କିପରି ପ୍ରସ୍ତୁତ କରିବା ହେୟାର ସିରମ୍।
ପ୍ରସ୍ତୁତ କରିବେ କିପରି
-ଏକ ପାତ୍ରରେ ଅଧା ଗ୍ଲାସ ପାଣି ଫୁଟାନ୍ତୁ। ଏହାପରେ ସେଥିରେ ୫ ଛୋଟ ଚାମଚ ଚା’ପତି ମିଶାନ୍ତୁ । ଏହାକୁ ଭଲଭାବେ ଫୁଟାନ୍ତୁ ଯେପରି ପାଣି ଏବଂ ଚ’ପତି ଭଲଭାବେ ମିକ୍ସ ହେବ। ବର୍ତ୍ତମାନ ଏହାକୁ ଥଣ୍ଡା କରି ଛାଣି ଦିଅନ୍ତୁ। ବର୍ତ୍ତମାନ ୧ ଛୋଟଟ ଚାମଚ ଏଲୋଭେରା ଜେଲ୍ ସେଥିରେ ମିଶାନ୍ତୁ। ଏହାକୁ ଆଦପଣ କୌଣସି ବି ସ୍ପ୍ରେ ବୋତଲରେ ୧୫ ଦିନ ପର୍ଯ୍ଯନ୍ତ ରଖିପାରିବେ।
ଜାଣନ୍ତୁ କିପରି କରିବେ ବ୍ଯବହାର
ଏହାକୁ ସାମ୍ପୁ ପରେ ବ୍ଯବହାର କରନ୍ତୁ। ସାମ୍ପୁ ଏବଂ କଣ୍ଡିସନର ଲଗାଇବା ପରେ କେଶକୁ ଅଳ୍ପ ସମୟ ପାଇଁ ସୁଖିବାକୁ ଛାଡି ଦିଅନ୍ତୁ। ଏହାପରେ ଆପଣ କେଶରେ ସ୍ପ୍ରେ କରନ୍ତୁ ଏବଂ ସିରମ୍ ଭଳି ଭଲଭାବେ କେଶରେ ଲଗାନ୍ତୁ।



