ଜୀବନଶୈଳୀ

ଦୀର୍ଘ ଦିନ ଧରି ବିବାହ ହୋଇପାରୁନଥିଲେ ଗୁଆକୁ ଏମିତି କରନ୍ତୁ ବ୍ଯବହାର, ପାଇବେ ମନଲାଖି ଜୀବନସାଥୀ

ସାଧାରଣତଃ ଗୁଆ ଶୁଭ ବୋଲି କୁହାଯାଇଥାଏ। ଏହାକୁ ପୂଜା ସମୟରେ ବ୍ଯବହାର କରାଯାଇଥାଏ। ଗୁଆ ଅନେକ ଚମତ୍କାରୀ ଗୁଣରେ ଭରପୁର ରହିଥାଏ। ସେହିଭଳି ବାସ୍ତୁଶାସ୍ତ୍ର ଅନୁଯାୟୀ ପାଖରେ ଗୁଆ ରଖିବା ଦ୍ବାରା ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ। ଘରେ ହସ-ଖୁସି ଲାଗି ରହିଥାଏ। ବିଶେଷରୂପେ ଗୁଆ ଅବିବାହିତା ଝିଅମାନଙ୍କ ବିବାହ ସଂଯୋଗ ମଧ୍ଯ ଖୋଲିଥାଏ। ତେବେ ଆସନ୍ତୁ ଜାଣିବା ଗୁଆ ସହ ଜଡିତ କିଛି ଖାସ୍ ଟିପ୍ସ।

supari--ଗୁଆକୁ ସୁତାରେ ବାନ୍ଧି ଚାଉଳ ଏବଂ କୁଙ୍କୁମ ଦ୍ବାରା ପୂଜା କରନ୍ତୁ। ଏହାପରେ ଏହାକୁ ଆପଣ ଘରର ଟ୍ରେଜରିରେ ରଖନ୍ତୁ। ଏହାଦ୍ବାରା ଘରେ ଧନର ଆଗମନ ହୋଇଥାଏ। ଏଥିସହ ସକାରାତ୍ମକ ଶକ୍ତି ମିଳିଥାଏ।

-କୌଣସି ଜରୁରୀ କାମରେ ଯିବା ପୂର୍ବରୁ ନିଜ ପର୍ସରେ ଗୋଟିଏ ଲବଙ୍ଗ ଏବଂ ଗୋଟିଏ ଗୁଆ ରଖନ୍ତୁ। ଏହାପରେ କୌଣସି ଶୁଭ କାର୍ଯ୍ଯ ପୂର୍ବରୁ ଲବଙ୍ଗକୁ ଚୋବାଇ ଖାଆନ୍ତୁ। ସେହିଭଳି ଗୁଆକୁ ଘରକୁ ଆସିବା ପରେ ଭଗବାନ ଗଣେଶଙ୍କ ପାଖରେ ରଖନ୍ତୁ। ଏହାଦ୍ବାରା ଅଟକି ଯାଇଥିବା କାମ ବହୁତ ଜଲଦି ହୋଇଥାଏ।

supari1-ଯେଉଁ ଲୋକମାନଙ୍କ ବିବାହରେ ସମସ୍ଯା ଦେଖାଯାଇଥାଏ ସେହି ଲୋକମାନେ ଏହି ଉପାୟ ଆପଣାଇବା ଉଚିତ। ଏଥିପାଇଁ ଗୁରୁବାର ଦିନ ହଳଦୀ, କୁଙ୍କୁମ ଏବଂ ଚାଉଳକୁ ଗୁଆରେ ଲଗାଇ ମାଳ ଲଗାନ୍ତୁ। ଏହାପରେ ତାହାକୁ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ଲୁଚାଇ ରଖିଆସନ୍ତୁ। ଏଭଳି କରିବା ଦ୍ବାରା ଅବିବାହିତା ଝିଅମାନଙ୍କ ବିବାହ ଯୋଗ ବହୁତ ଜଲଦି ଖୋଲିଯାଇଥାଏ। ଏହାପରେ ସମ୍ପର୍କ ଠିକ୍ ହେବା ପର୍ଯ୍ଯନ୍ତ ସେହି ଗୁଆକୁ ନିଜ ପାଖରେ ରଖନ୍ତୁ ପରେ ଏହାକୁ ଜଳାଶୟରେ ବିସର୍ଜନ କରିଦିଅନ୍ତୁ।

supari2-ଗୋଟିଏ ଗୁଆରେ ଅବିର ଲଗାଇ ରୁପା ଡବାରେ ବନ୍ଦ କରି ରଖିଦିଅନ୍ତୁ। ପରେ ଏହାକୁ ପୂର୍ଣ୍ଣିମା ଦିନ ପୂଜା ଘରେ ରଖନ୍ତୁ। ଏହାଦ୍ବାରା ଘରେ ଖୁସି ପରିବେଶ ଦେଖାଯାଇଥାଏ। ଏଥିସହ ବହୁତ ଜଲଦି ମାଙ୍ଗଳିକ କାର୍ଯ୍ଯ ହୋଇଥାଏ।

-କୌଣସି ବ୍ଯକ୍ତିଙ୍କୁ ନଜର ଲାଗିଥିଲେ ଗୋଟିଏ ଗୁଆକୁ ନେଇ ତାହାକୁ ୭ଥର ଯଜ୍ଞ କୁଣ୍ଡରେ ପକାନ୍ତୁ। ଏହାଦ୍ବାରା ନଜର ଦୋଷ ଦୂର ହେବା ସହ ସମସ୍ତ ପ୍ରକାର ସମସ୍ଯାରୁ ମୁକ୍ତି ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button