ଦେଶ ବିଦେଶ

ରକ୍ତରେ ହିମୋଗ୍ଲୋବିନ୍‌ର ପରିମାଣ ବୃଦ୍ଧି କରିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି ଫଳ

ସୁସ୍ଥ ଓ ନିରୋଗ ଜୀବନ ଜୀଇଁବା ପାଇଁ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ଆମେ ଖାଦ୍ୟ ତ ଖାଉଛେ କିନ୍ତୁ ସେଥିରୁ ଶରୀରକୁ କି କି ପ୍ରୋଟିନ୍‌ ମିଳୁଛି ତାହା ଜାଣିପାରୁନାହୁଁ। ପାଟିକୁ ସୁଆଦିଆ ଲାଗୁଥିବାରୁ ବର୍ତ୍ତମାନ ଯୁବପିଢ଼ି ଫାଷ୍ଟଫୁଡ ଓ ବାହାରର ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ମାତ୍ର ଏହି ଖାଦ୍ୟ ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳୁନାହିଁ। ଫଳରେ ରକ୍ତରେ ହିମୋଗ୍ଲୋବିନ୍‌ର ମାତ୍ରା କମ୍‌ ହୋଇଯାଉଛି। ହିମୋଗ୍ଲୋବିନ୍‌ର ଅଭାବରେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଯାଏ। ଯଦି ଆପଣ ବି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଦ୍ୱାରା ରକ୍ତରେ ହିମୋଗ୍ଲୋବିନ୍‌ର ପରିମାଣକୁ ବୃଦ୍ଧି କରିପାରିବେ…

ଡାଳିମ୍ବ:

What Are Pomegranates? Nutrition, Health Benefits, How to Eat Them ...

ଡାଳିମ୍ବ ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟା ଦୂର ହୁଏ। ଏହା ହିମୋଗ୍ଲୋବିନ୍‌ର ପରିମାଣକୁ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ। ଡାଳିମ୍ବକୁ ଜୁସ କରି କିମ୍ବା ଚୋପା ଛଡ଼ାଇ ମଧ୍ୟ ଆପଣ ଖାଇପାରିବେ।

ଗାଜର:

Carrots: Planting, Growing, and Harvesting Carrots | The Old ...

ଗାଜର ଶରୀର ପାଇଁ ଏକ ବେଶ୍‌ ଉପକାରୀ ପରିବା। ପ୍ରତିଦିନ ଗାଜର ଖାଇଲେ ରକ୍ତରେ ହିମୋଗ୍ଲୋବିନ୍‌ର ଅଭାବ ପରିଲକ୍ଷିତ ହୋଇନଥାଏ। ଏଥିରେ ଥିବା ବିଟା କେରୋଟିନ୍‌ ହିମୋଗ୍ଲୋବିନ୍‌ ବଢ଼ାଇବାରେ ସାହାଯ୍ୟ କରେ। ଆପଣ ଗାଜରକୁ ଜୁସ୍‌ କରି କିମ୍ବା ହାଲୁଆ କରି କିମ୍ବା ସାଲାଡ୍‌ ଭାବେ ମଧ୍ୟ ଖାଇପାରିବେ।

ଟମାଟୋ:

Is tomato a fruit or vegetable? - Times of India

ଟମାଟୋରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡେଣ୍ଟ ରହିଛି। ଏହା ହିମୋଗ୍ଲୋବିନ୍‌ର ପରିମାଣକୁ ବଢ଼ାଇବାରେ ସାହାଯ୍ୟ କରେ। ଏଥିରେ ଭିଟାମିନ୍‌ ସି ରହିଛି ଯାହା ଇମ୍ୟୁନିଟି ସିଷ୍ଟମ୍‌କୁ ମଧ୍ୟ ମଜଭୁତ କରିଥାଏ। ଟମାଟୋକୁ ସାଲାଡ୍‌ ଭାବେ ନଚେତ୍‌ ସୁପ୍‌ କରି ମଧ୍ୟ ଆପଣ ଖାଇପାରିବେ।

କମଳା:

Oranges for Weight Loss: Here is Why You Should Have Oranges to ...

କମଳା ଖାଇବା ଦ୍ୱାରା ରକ୍ତରେ ହିମୋଗ୍ଲୋବିନ୍‌ର ପରିମାଣ ବଢ଼ିଥାଏ। ଏକ ରିସର୍ଚ୍ଚ ମୁତାବକ ନିୟମିତ କମଳା ଖାଇବା ଦ୍ୱାରା ହିମୋଗ୍ଲୋବିନ୍‌ ଅଭାବ ଆଦୌ ପରିଲକ୍ଷିତ ହୁଏ ନାହିଁ। କମଳାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି ମଧ୍ୟ ରହିଛି ଯାହା ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button