ଜୀବନଶୈଳୀ

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେବ ଏହିସବୁ ଖାଦ୍ୟ, ଖାଇବା ସହିତ ଏମିତି କରନ୍ତୁ ବ୍ୟବହାର

ଆଜିକାଲିର ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଲୋକ ଅନେକ ରୋଗରେ ଶିକାର ହେଉଛି। ଏହାମଧ୍ୟରୁ ଆର୍ଥାଇଟିସି ସମସ୍ୟା ଅଧିକ ବୟସ୍କ ଲୋକଙ୍କଠାରେ ଦେଖିବାକୁ ମିଳୁଛି। କେବଳ ବୟସାଧିକ ନୁହେଁ ବରଂ ଆଜିକାଲିର ଯୁବପିଢିଙ୍କୁ ମଧ୍ୟ ଏହି ରୋଗ କବଳିତ କରିଛି। ଏହି ସମସ୍ୟା ହେଲେ ୟୁରିକ ଏସିଡି ସବୁ ଜଏଣ୍ଟ ବା ଗଣ୍ଠିମାନଙ୍କରେ ଏକାଠି ହେବାକୁ ଲାଗିଥାଏ, ଯାହା ପାଇଁ ଏହା ଦରଜ ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏପରି କେତେକ ଖାଦ୍ୟ ବିଷୟରେ କହିବୁ, ଯାହା ଖାଇବା ଦ୍ୱାରା ଏପରି ସମସ୍ୟାରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା କ’ଣସବୁ ସେହି ଖାଦ୍ୟ…

pain

ମେଥି : ମେଥିଗଛରେ ଔଷଧୀୟ ଗୁଣ ଭରି ରହିଛି। ତେଣୁ ପ୍ରଥମେ ମେଥିପତ୍ରକୁ ଦେଶୀ ଘିଅରେ ଭାଜି ଦିଅନ୍ତୁ। ତା’ ପରେ ଏହାକୁ ପେଷ୍ଟ କରି ସେଥିରେ ମିଶ୍ରି ମିଶାଇ ଏହାକୁ ଛୋଟ ଛୋଟ ଗୋଲ କରିଦିଅନ୍ତୁ। ଏହାକୁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଖାଆନ୍ତୁ।

ରସୁଣ : ରସୁଣର ପ୍ରୟୋଗ ଆର୍ୟୁେବଦିକ ଉପଚାର ପାଇଁ କରାଯାଏ। ପ୍ରତିଦିନ ଦୁଇ କୋଲା ରସୁଣକୁ ମହୁରେ ଭିଜାଇ ଖାଇବା ଦ୍ୱାରା ଏହିସମସ୍ୟାରୁ ମୁକ୍ତି ମିଳିଥାଏ।

garlic

ପାଣି : ପାଣି ପିଇବା ସ୍ୱାସ୍ଥ୍ୟପାଇଁ ଉପକାରୀ ଆପଣ ଜାଣିଥିବେ। ଯଦି ଶରୀରରେ ୟୁରିକ ଏସିଡ ମାତ୍ରା ଅଧିକ ଥାଏ, ତେବେ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ। ଏହାଦ୍ୱାରା ପରିସ୍ରାରେ ୟୁରିକ ଏସିଡ ବାହାରିଯାଏ। ଯାହା ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାର ଦୂର କରେ।

ଲେମ୍ବୁ : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଲେମ୍ବୁ ରସ ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ। ଦରଜ ହେଉଥିଲେ ଲେମ୍ବୁ ଖାଇବାକୁ ଅଧିକାଂଶ ଲୋକ ମନା କରନ୍ତି। କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଲେମ୍ବୁ ରସକୁ ପ୍ରଭାବିତ ଜାଗାରେ ମସାଜ କରିବା ଦ୍ୱାରା ଦରଜ ଏବଂ ଫୁଲିବାରୁ ମୁକ୍ତି ମିଳେ।

lemon

ଏଲୋଭରୋ : ପ୍ରାଚୀନ କାଳରେ ଏଲୋଭେରାର ପ୍ରୟୋଗ ଔଷଧ ଭାବେ କରାଯାଉଥିଲା। ଏହାର ଉପଯୋଗ କରିବା ପାଇଁ ପ୍ରଥମେ ଏଲୋଭେରା ଜେଲକୁ ବାହାର କରି ଦରଜ ହେଉଥିବା ଜାଗାରେ ଲଗାନ୍ତୁ। ଏହାକୁ ନିୟମିତ ଲଗାଇବା ଦ୍ୱାରା ଦରଜ ସମସ୍ୟା ଠିକ୍‌ ହୋଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button