ବନାଇ ଖାଆନ୍ତୁ ‘ଦହି ପରଟା’, ସ୍ୱାଦରେ ଏକଦମ ଜବରଦସ୍ତ

ସଂନ୍ଧ୍ୟା ଏବଂ ସକାଳ ସମୟରେ ଟିଫିନ ବହୁତ ଜରୁରୀ ହୋଇଥାଏ। ଏହି ଟିଫିନ୍ ଆପଣଙ୍କ ପୂରା ଦିନରେ ଏନର୍ଜି ଦେଇଥାଏ। ଏମିତିରେ ଆପଣ ଅନେକ ପ୍ରକାର ପରଟାର ସ୍ୱାଦ ଚାଖିଥିବେ। କିନ୍ତୁ କଣ ଆପଣ ତେବେ ଦହି ପରଟାର ସ୍ୱାଦ ଚାଖିଛନ୍ତି। ଆଜି ଏହି ପରୀପ୍ରେକ୍ଷୀରେ ଆମେ ଆପଣଙ୍କ ପାଇଁ ଦହି ପରଟା ରେସିପି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।
ଆବଶ୍ୟକ ସାମଗ୍ରୀ
ଦହି – ୪ କପ୍
ଗହମ ଅଟା – ୨ କପ୍
ହଳଦି ପାଉଡର – ୧ ଟେବୁଲ ଚାମଚ
ଲୁଣ – ସ୍ୱାଦାନୁସାରେ
ତେଲ – ୨ ଚାମଚ
କଞ୍ଚା ଲଙ୍କା – ୨ଟି କଟା ହୋଇଥିବା
ଅଦା – ଛୋଟ କଟା ହୋଇଥିବା
ଧନିଆ – ଅଳ୍ପ କଟା ହୋଇଥିବା
ପୋଦିନା ପତ୍ର – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ
-ଏକ ପାତ୍ରରେ ଅଟା ପକାଇ, ସେଥିରେ ହଳଦି, ଲାଲ ଲଙ୍କା ଏବଂ ଲୁଣ ପକାଇ ମିକ୍ସ କରନ୍ତୁ।
-ଏହାପରେ ତେଲ, ଅଦା, ଧନିଆ ପତ୍ର, କଞ୍ଚା ଲଙ୍କା ଏବଂ ପୋଦିନା ପତ୍ର ପକାଇ ଆଉ ଥରେ ଗୋଳାଇ ଦିଅନ୍ତୁ।
-ଏବେ ଏଥିରେ ଦହି ପକାଇ ଅଟାକୁ ଚକଟି ଦିଅନ୍ତୁ। ହାତରେ ଆବଶ୍ୟକତା ପଡିଲେ ପାଣି ଲଗାଇ ଦିଅନ୍ତୁ।
-ଧିରେ ଧିରେ ଅଟାକୁ ଚକଟି ଗୋଲା କରନ୍ତୁ।
-ଅଟା ଚକଟିବା ପରେ ତାହାକୁ ୧୦ ମିନିଟ୍ ପାଇଁ ସେଟ୍ ହେବା ପାଇଁ ଛାଡି ଦିଅନ୍ତୁ।
-ଏବେ ଅଟାର ଏକ ଗୋଲା ନିଅନ୍ତୁ, ସେଥିରେ ଅଳ୍ପ ଅଟା ଦେଇ ବେଲଣାରେ ବେଲି ଦିଅନ୍ତୁ।
-ଗୋଲ ବେଲିବା ପରେ ଏହା ଉପରେ ଟିକେ ତେଲ ଲଗାଇ ଦିଅନ୍ତୁ।
-ଏବେ ଚାରିପଟ ରୁଟିକୁ ଅଧା ଅଧା ଫୋଲଡ୍ କରନ୍ତୁ। ଯାହାଦ୍ୱାରା ପରଟା ଭଲଭାବେ ହେବ।
-ରୁଟି ଉପରେ ପୁଣି ଅଳ୍ପ ଅଟା ଦିଅନ୍ତୁ ଏବଂ ବେଲି ଦିଅନ୍ତୁ।
-ତାଓ୍ଵାରେ ଘିଅ ଲଗାଇ ରୁଟିକୁ ତାଓ୍ଵାରେ ସେକି ଦିଅନ୍ତୁ।
-ଦୁଇ ପଟକୁ ଭଲଭାବରେ ସେକି ଦିଅନ୍ତୁ।
-ଏବେ ଆପଣଙ୍କର ଟେଷ୍ଟୀ ଏବଂ ହେଲଦି ଦହି ପରଟା ପ୍ରସ୍ତୁତ ହୋଇଯାଇଛି।
-ଏହି ପରଟାକୁ ଆପଣ ଆଚାର କିମ୍ବା ଦହି ସହିତ ଗରମା ଗରମ ଖାଇପାରିବେ।



