ଦେଶ ବିଦେଶ

ଭୋଜନ ପରେ ଆମ୍ବ ଖାଇବାର ରହିଛି ଅନେକ ଫାଇଦା, ୯୦% ଲୋକ ଜାଣିନଥାନ୍ତି ଏହି କଥା

ଆମ୍ବ ଏକ ସ୍ୱାଦିଷ୍ଟ ଫଳ, ଯାହା କେବଳ ଖରାଦିନେ ହିଁ ମିଳେ। ଏଣୁ ଏହି ଗୋଟିଏ ଋତୁରେ ଲୋକମାନେ ପ୍ରଚୁର ପରିମାଣରେ ଆମ୍ବର ମଜା ନେଇଥାନ୍ତି। ଆମ୍ବକୁ ଲୋକମାନେ ସକାଳେ, ଦ୍ୱିପ୍ରହରରେ ଓ ରାତିରେ ଖାଦ୍ୟ ସହ ଖାଇଥାନ୍ତି। ଏକ ନିର୍ଦ୍ଦିଷ୍ଟ ସମୟରେ ଆମ୍ବ ଖାଇଲେ ଶରୀରର ଅନେକ ଲାଭ ହୋଇଥାଏ। ଆୟୁର୍ବେଦରେ ରାତିରେ ଫଳ ଖାଇବାକୁ ମନା କରାଯାଇଛି। ଭୁଲ ସମୟରେ ଆମ୍ବ ଖାଇବା ଓ ଅଧିକ ଆମ୍ବ ଖାଇବା କ୍ଷତିକାରକ ହୋଇପାରେ। ଆମ୍ବରେ ପ୍ରଚୁର ପରିମାଣରେ ଫାଇବର ରହିଛି, ଯାହା ପେଟରେ ସମସ୍ୟା ସୃଷ୍ଟି କରିପାରେ। ଏଣୁ ଦିନରେ ହିଁ ଆମ୍ବ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ଭୋଜନ ପରେ ଆମ୍ବ ଖାଇଲେ କ’ଣ ଫାଇଦା ମିଳେ…

mango

-ଆମ୍ବରେ ଭିଟାମିନ୍‌ ପ୍ରୋ-ବାୟୋଟିକ୍‌ ଡାଇଟ୍ରି ଫାଇବର୍ସ, ପଲିଫେନୋଲିକ୍‌ ଫ୍ଲେଭେନଏଡ୍‌ ଆଣ୍ଟି ଅକ୍ସିଡେଣ୍ଟ ସମେତ ଖଣିଜ ବା ମିନେରାଲ୍ସ ପ୍ରଚୁର ପରିମାଣରେ ରହିଥାଏ। ଭୋଜନ ପରେ ଆମ୍ବ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥାଏ। ଏଥିସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୁଏ।

-ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଆମ୍ବ ସାହାଯ୍ୟ କରେ। ଏଥିରେ ଥିବା ଭିଟାମିନ୍‌ ସି ଓ ଏ ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିଥାଏ।

Mango for Babies: Nutritional Value, Health Benefits & Recipes

-ନିୟମିତ ଆମ୍ବ ଖାଇବା ଦ୍ୱାରା କୋଲୋଷ୍ଟ୍ରୋଲ ଲେବଲକୁ ନିୟନ୍ତ୍ରିତ କରିଥାଏ। ଆମ୍ବରେ ଥିବା ଭିଟାମିନ୍‌ ସି, ପ୍ରୋଟିନ୍‌ ଓ ଫାଇବର ଆପଣଙ୍କ ଖରାପ କୋଲୋଷ୍ଟ୍ରୋଲକୁ ସଠିକ୍‌ କରିଥାଏ।

-ଏହା ବ୍ୟତୀତ ଆମ୍ବରେ ଅନ୍ୟ ଗୁଣ ମଧ୍ୟ ରହିଛି। ଏଥିରେ ପୋଟାସିୟମ୍‌ର ମାତ୍ରା ଅଧିକ ଥାଏ, ଯାହା ରକ୍ତ ସଞ୍ଚାଳନକୁ ତ୍ୱରାନ୍ଵିତ କରିଥାଏ।

-ଏହା ଦ୍ୱାରା ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହେ ଓ ହୃଦରୋଗର ଆଶଙ୍କା କମେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button