ବିଚାର

ଡାଇପର ଯୋଗୁ ଛୁଆର ଦେହରେ ନାଲି ନାଲି ଫଳିଯାଉଥିଲେ ବ୍ୟବହାର କରନ୍ତୁ ଏହି ୫ଟି ଘରୋଇ ଜିନିଷ

ଡାଇପର ଯୋଗୁ ଶିଶୁଙ୍କ ଶରୀରର କୁଣ୍ଡାଇ ହେବା ଏକ ସାଧାରଣ କଥା। ଅଧିକ ସମୟ ଡାଇପର ପିନ୍ଧିବା ଦ୍ୱାରା ଶିଶୁଙ୍କ ମୂତ୍ରାଶୟ ଓ ପିଚାରେ ଛୋଟ ଛୋଟ ନାଲି ନାଲି ହୋଇ ଫଳିଯାଏ। ଏହାକୁ ଚର୍ମରୋଗ ବା ରାସେସ୍‌ ବୋଲି କୁହାଯାଏ। ଏହି ରାସେସ୍‌ ଯୋଗୁ ଝାଡ଼ା ଯିବା ବେଳେ କିମ୍ବା ପରିସ୍ରା କରିବା ପୋଡ଼ା ହୁଏ। ଫଳରେ ଛୁଆ କାନ୍ଦିଥାନ୍ତି। ଛୁଆଙ୍କ ଚର୍ମ ବଡ଼ ଲୋକଙ୍କ ତୁଳନାରେ ଅଧିକ ସେନ୍‌ସେଟିଭ୍‌ ହୋଇଥାଏ। ତେଣୁ ରାସେସ୍‌ ହେଲେ ତାଙ୍କ ଶରୀରରେ କିଛି କେମିକାଲ ବ୍ୟବହାର କରିବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏଭଳି ସ୍ଥିତିରେ ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ଶିଶୁଙ୍କ ଡାଇପର ରାସେସ୍‌କୁ ଦୂର କରିପାରିବେ। ଆସନ୍ତୁ ଜାଣିବେ କେମିତି:

If Your Baby Could Talk, They Would Tell You They Really Want ...

ନଡ଼ିଆ ତେଲ:

ଶିଶୁଙ୍କର ଯେକୌଣସି ଚର୍ମଜନିତ ସମସ୍ୟା ଥିଲେ ସେଥିରେ ନଡ଼ିଆ ତେଲ ଲଗାଇପାରିବେ। ନଡ଼ିଆ ତେଲରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ଶିଶୁଙ୍କ ତ୍ୱଚାର ରାସେସ୍‌ ଦୂର କରିଥାଏ।

ଦଲିଆ:

Daliya - Organic Broken Wheat Daliya Wholesale Trader from Jaipur

ଏକ ଚାମଚ ଶୁଖିଲା ଓଟ୍‌ମିଲକୁ ଶିଶୁର ଗାଧୁଆ ପାଣିରେ ମିଶାଇ ଦିଅନ୍ତୁ। ଏହି ପାଣିରେ ଶିଶୁକୁ ୧୫-୨୦ ମିନିଟ୍‌ ବସାନ୍ତୁ। ଏବେ ଛୁଆକୁ ବାହାରକୁ ବାହାର କରି ପୋଛି ଦିଅନ୍ତୁ। ଏଭଳି ଦିନକୁ ଦୁଇ ଥର କରନ୍ତୁ। ଓଟ୍‌ମିଲରେ ଥିବା ଇନ୍‌ଫ୍ଲୋମେଟୋରୀ ଗୁଣ ରାସେସ୍‌ ଭଲ କରିବାରେ ସାହାଯ୍ୟ କରେ।

ସୈନ୍ଧବ ଲୁଣ:

NBT

ସୈନ୍ଧବ ଲୁଣରେ ମ୍ୟାଗ୍ନେସିୟମ୍‌ ରହିଥାଏ। ଏହା ତ୍ୱଚାର ଜ୍ୱଳନ ଦୂର କରେ। ଶିଶୁର ଗାଧୁଆ ପାଣିରେ ଅଳ୍ପ ସୈନ୍ଧବ ଲୁଣ ପକାଇ ସେଥିରେ ପ୍ରତିଦିନ ଛୁଆକୁ ଗାଧୋଇଦେବା ଦ୍ୱାରା କୁଣ୍ଡାଇ ହେବା ଓ ରାସେସ୍‌ ଦୂର ହୋଇଥାଏ।

ଦହି:

Curd / Dahi/ Yogurt - Shrinathdham

ଦହିରେ ଥିବା ବ୍ୟାକ୍ଟେରିଆ ତ୍ୱଚା ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଡାଇପର ରାସେସ୍‌ ସ୍ଥାନରେ ଦହି ଲଗାଇବା ଦ୍ୱାରା କୁଣ୍ଡାଇ ହେବା ଓ ନାଲି ନାଲି ଦାଗ ଦୂର ହୋଇଥାଏ।

ଆଲୋଭେରା ଜେଲ:

NBT

ଆଲୋଭେରାରେ ତ୍ୱଚାର ସମସ୍ତ ସମସ୍ୟାକୁ ଦୂର କରିବା ଗୁଣ ରହିଛି। ଡାଇପର ଯୋଗୁ ହୋଇଥିବା ରାସେସ୍‌ ସ୍ଥାନରେ ମଧ୍ୟ ଆପଣ ଏହାକୁ ଲଗାଇ ପାରିବେ। ଗାଧୋଇ ସାରିବା ପରେ ଶିଶୁର ଶରୀରରେ ଆଲୋଭେରା ଲଗାନ୍ତୁ ଏହା ଚର୍ମରୋଗ ସହ ଡାଇପର ରାସେସ୍‌ ବି ଦୂର କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button