ବିଚାର

ଆଖିକୁ ଆକର୍ଷଣୀୟ ବନାଇବ ଏହି ହୋମ ମେଡ କ୍ରିମ, ଏମିତି କରନ୍ତୁ ପ୍ରସ୍ତୁତ ଓ ବ୍ୟବହାର

ଆଜିକାଲିର ମହିଳା କିମ୍ବା ଯୁବତୀ ଅଫିସରେ କାମ ହେଉ ଅବା ଟିଭି ଏବଂ ମୋବାଇଲ ସ୍କ୍ରିନକୁ ଅଧିକ ସମୟ ଦେଖୁଥିବାରୁ ଆଖିର ସୁନ୍ଦରତା ହରାଇଥାନ୍ତି। ଆଖି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଯେମିତିକି ଡାର୍କ ସର୍କଲ୍ସ, ରିଙ୍କଲ୍ସେ ଇତ୍ୟାଦି। ଏମିତି ଏକ ହୋମମେଡ କ୍ରିମ ରହିଛି, ଯାହା ଆପଣଙ୍କ ଏପରି ଆଖି ସମସ୍ୟାରୁ ମୁକ୍ତ ଦେବା ସହିତ ଆଖକୁ ଆକର୍ଷଣୀୟ ବନାଇବ। ଡେଡ ସ୍କିନ ସମସ୍ୟାରୁ ମଧ୍ୟ ଛୁଟକାରା ପାଇପାରିବେ।

eye

ଘରେ କିପରି ବନାଇବେ ଏହି କ୍ରିମ :

ଘରେ ଏପରି ଆଖି କ୍ରିମ ବନାଇବା ପାଇଁ ଏକ ଚାମଚ ଆଲୋଭେରା ଜେଲ, ୧ ଭିଟାମିନ ଇ କ୍ୟାପସୁଏ ଏବଂ ୨ ବୁନ୍ଦା ଅଲିଭ ଅଏଲ ମିଶାଇ କ୍ରିମ ପ୍ରସ୍ତୁତ କରିପାରିବେ। ଏହି କ୍ରିମକୁ ସଫା ଡବାରେ ରଖି ଫ୍ରିଜରେ ରଖିଦିଅନ୍ତୁ। ଏହି କ୍ରିମକୁ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଆଖିର ଆଖପାଖରେ ଲଗାନ୍ତୁ। ୧ ମିନିଟ୍‌ ମସାଜ କରିବା ପରେ ଶୋଇ ପଡନ୍ତୁ। ଏଥିରେ ଥିବା ପ୍ରାକୃତିକ ପୋଷକ ତତ୍ତ୍ୱ ଆଖିକୁ କୌଣସି କ୍ଷତି ପହଞ୍ଚାଏ ନାହିଁ। ବାସ୍‌ କେବଳ ଆପଣଙ୍କୁ ଆଲୋଭରୋ ଜେଲରୁ କୌଣସି ପ୍ରତିକ୍ରିୟା ନହୁଏ।

cre

କ୍ରିମର ଫାଇଦା :

– ଆପଣ ଯଦି ଚାହିଁବେ ଏହି କ୍ରିମକୁ କନସିଲର ଲଗାଇବା ସମୟରେ କରିପାରିବେ।

– ଲିପ କଲର ଲଗାଇବା ୧୦ ମିନିଟ୍‌ ପୂର୍ବରୁ ଏହି କ୍ରିମକୁ ଲଗାନ୍ତୁ। ଓଠରେ କୌଣସି ପ୍ରକାର ଇନଫେକ୍ସନ ହେବନାହିଁ।

– ଏହାକୁ କ୍ୟୁଟିକାଲ୍ସ ଅର୍ଥାତ ନଖ ପାଖରେ ମସାଜ କରନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।

– ଆଖିରେ ଲଗାଇବା ଦ୍ୱାରା ଆଖି ସତେଜ ଏବଂ ରିଙ୍କଲ୍ସ ଫ୍ରି ଦେଖିବାକୁ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button