ବିଚାର

ଏବେ ବଜାରରେ ଶସ୍ତା ଆମ୍ବ, ଆଣନ୍ତୁ ଆଉ ଏମିତି ବନାନ୍ତୁ ମ୍ୟାଙ୍ଗୋ ସେକ୍‌

ଗରମ ଦିନରେ ଆମ୍ବକୁ ଫଳ ମାନଙ୍କ ଭିତରେ ରାଜା ବୋଲି କୁହାଯାଏ। ଆମ୍ବକୁ ବହୁତ ପସନ୍ଦ କରନ୍ତି ଲୋକମାନେ। ଲୋକମାନେ ଆମ୍ବର କୌଣସି ବ୍ୟଞ୍ଜନକୁ ବି ପସନ୍ଦ କରନ୍ତି। ଗରମରେ ଲୋକମାନେ ଆମ୍ବର ଭରପୂର ମଜା ନିଅନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏହାର ଆମ୍ବର ମ୍ୟାଙ୍ଗୋ ସେକ୍‌ ବନାଇବା ପ୍ରସ୍ତୁତି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଆବଶ୍ୟକ ସାମଗ୍ରୀ

  • ଆମ୍ବ – ୩ଟି (ଚୋପା ଛଡା ହୋଇଥିବା)
  • କ୍ଷୀର – ୧ କପ୍‌
  • ଚିନି – ସ୍ୱାଦାନୁସାରେ
  • ଆଇସକ୍ରୀମ – ୨ ସ୍କୁପ୍‌
  • ଚେରୀ – ୬ଟି
  • ଡ୍ରାଇଫୃଟ୍ସ – ୨ ଟେବୁଲ ଚାମଚ (କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

ଡ୍ରାଏଫ୍ରଟ୍ସ ଆଇସକ୍ରୀମ ଏବଂ ଚେରୀକୁ ଛାଡି ସବୁ ସାମଗ୍ରୀକ ଗ୍ରାଇଣ୍ଡରରେ ପକାଇ ମିକ୍ସ କରିଦିଅନ୍ତୁ। ଏହାକୁ ଏକ ଗ୍ଲାସରେ ଭର୍ତ୍ତି କରି ଫ୍ରିଜରେ ରଖିଦିଅନ୍ତୁ। ଏହାପରେ ସର୍ଭିଙ୍ଗ୍‌ ଗ୍ଲାସକୁ ବାହାର କରି ଏହା ଉପରେ ଆଇସକ୍ରୀମ, ଚେରୀ ଏବଂ ଡ୍ରାଏଫୃଟ୍ସ ପକାଇ ଗାର୍ନିସ କରି ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button