ଦେଶ ବିଦେଶ

ମାସ୍କ ଯୋଗୁ ଚଷମାରେ ଧୂଆଁଳିଆ ଦିଶୁଥିଲେ କିମ୍ବା କାନ କାଟୁଥିଲେ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ସମୟରେ କିଏ ଘରେ ରହି ତ ଆଉ କିଏ ମେଡିକାଲରେ କରୋନା ମହାମାରୀ ସହ ଯୁଦ୍ଧ କରୁଛି। ଏଭଳି ସ୍ଥିତିରେ ଭାଇରସ୍‌ କବଳରୁ ରକ୍ଷା ପାଇବାକୁ ହେଲେ କେତେକ ନିୟମ ଫଲୋ କରିବାକୁ କୁହାଯାଉଛି। ସେଥିରୁ ଗୋଟିଏ ହେଉଛି ମାସ୍କ ପିନ୍ଧିବା। ପଦାକୁ ବାହାରିବା ବେଳେ ମାସ୍କ ପିନ୍ଧିବାକୁ ଡାକ୍ତରଙ୍କ ସମେତ ସରକାର ମଧ୍ୟ ପରାମର୍ଶ ଦେଉଛନ୍ତି। ତେବେ ସବୁ ସମୟରେ ମାସ୍କ ପିନ୍ଧିବା ଦ୍ୱାରା ବିଭିନ୍ନ ଅସୁବିଧା ଉପୁଜୁଥିବା ଦେଖିବାକୁ ମିଳିଛି।

How to prevent face mask skin issues, according to dermatologists

ଅଧିକ ସମୟ ମାସ୍କ ପିନ୍ଧିବା ଦ୍ୱାରା କିଛି ଲୋକଙ୍କ କାନ କାଟୁଥିବା ଦେଖାଯାଇଛି। ସେହିପରି ଚଷମା ପିନ୍ଧୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଚଷମା ପିନ୍ଧୁଥିବା ଲୋକମାନେ ମାସ୍କ ପିନ୍ଧିବା ଦ୍ୱାରା ନିଃଶ୍ୱାସ ପ୍ରଶ୍ୱାସ ନେବା ବେଳେ ଚଷମା କାଚରେ ବାଷ୍ପ ଲାଗିଯାଉଛି। ଫଳରେ ସବୁକିଛି ଧୂଆଁ ଧୂଆଁ ଦେଖାଯିବା ଭଳି ସମସ୍ୟା ଭୋଗୁଛନ୍ତି। ଯଦି ଆପଣ ବି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଆଜି ଆମେ ଏହାର ସମାଧାନ ନେଇ ଆସିଛୁ।

 

 

ଚଷମା ପିନ୍ଧିବା ପରେ ମାସ୍କ ପିନ୍ଧିଲେ ସବୁ କିଛି ଧୂଆଁ ଧୂଆଁ ଦିଶେ। ଏଥିରୁ ମୁକ୍ତି ପାଇବାକୁ ଆପଣ ପ୍ରଥମେ ମାସ୍କ ପିନ୍ଧନ୍ତୁ ଓ ତା’ ଉପରେ ଚଷମା ଲଗାନ୍ତୁ। ଏହା ଦ୍ୱାରା ମୁହଁରୁ ବାହାରୁଥିବା ବାଷ୍ପ ଚଷମା ପର୍ଯ୍ୟନ୍ତ ପହଞ୍ଚିପାରିବ ନାହିଁ ଓ ଆପଣଙ୍କୁ ସମସ୍ୟା ହେବ ନାହିଁ।

 

ଅନ୍ୟପଟେ ଯଦି ଆପଣ ସାରା ଦିନ ମାସ୍କ ପିନ୍ଧିବା ଯୋଗୁ କାନ କାଟୁଛି ତେବେ ଇଲାଷ୍ଟିକ୍‌ଯୁକ୍ତ ମାସ୍କ ନ ପିନ୍ଧି ଡୋରଥିବା ମାସ୍କ ପିନ୍ଧନ୍ତୁ। ଏହା ଦ୍ୱାରା କାନ କାଟିବ ନାହିଁ। ଆଉ ଯଦି ଇଲାଷ୍ଟିକ୍‌ଯୁକ୍ତ ମାସ୍କ ପିନ୍ଧିବାକୁ ଇଚ୍ଛୁକ ତେବେ ମଝିରେ ମଝିରେ ମାସ୍କ ଖୋଲନ୍ତୁ। ନଚେତ୍‌ ପଛକୁ ଟାଣି କିଛି ସମୟ ଧରି ରଖନ୍ତୁ। ଏହା ଦ୍ୱାରା କାନକୁ ଆରାମ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button