ସ୍ୱାସ୍ଥ୍ୟ

ମହିଳାମାନେ ଏଭଳି ଭାବେ ନିଅନ୍ତୁ ସ୍ତନର ଯତ୍ନ, ନଚେତ୍‌ ଭୋଗିପାରନ୍ତି ଭୟଙ୍କର ସମସ୍ୟା

ସମସ୍ତ ମହିଳା ନିଜ ଫିଗର ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ସେମାନେ ବିଭିନ୍ନ ରାସାୟନିକ ଜିନିଷ ବ୍ୟବହାର କରିଥାନ୍ତି। ବେଳେବେଳେ ମହିଳାମାନେ ସୁନ୍ଦର ହେବା ଆଶାରେ କିଛି ଏଭଳି କାମ କରିଥାନ୍ତି, ଯାହା ତାଙ୍କୁ ଲାଭ ଦେବା ପରିବର୍ତ୍ତେ କ୍ଷତି କରିଥାଏ। ଯାହା ପରେ ଜୀବନ ପାଇଁ ମଧ୍ୟ ବିପଦ ଆଣେ। ତେବେ ଆମେ ଆଜି ସ୍ତନକୁ ନେଇ ମହିଳାମାନେ କରୁଥିବା କିଛି ଭୁଲ୍‌ ଏକ୍ସପେରିମେଣ୍ଟ ବିଷୟରେ କହିବାକୁ ଯାଉଛୁ ଯାହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା ତାହା କ’ଣ…

  • ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଭଳି ସ୍ତନ ବା ବ୍ରେଷ୍ଟରେ ମଧ୍ୟ ଅଏଲ୍‌ ଗ୍ଲାଣ୍ଡସ୍‌ ନଥାଏ। ଏଣୁ ଏହାକୁ ହାଇଡ୍ରେଟ୍‌ ଓ ମଶ୍ଚରାଇଜ୍‌ ରଖିବା ନିତାନ୍ତ ଆବଶ୍ୟକ। ଯଦି ଏଭଳି କରୁନାହାନ୍ତି, ତେବେ ସ୍ତନର ତ୍ୱଚା ଶୁଷ୍କ ହୋଇ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦେଇପାରେ।

  • ଏକ ସର୍ଭେ ମୁତାବକ, ଯେତେବେଳେ ଆପଣ ଦୌଡ଼ୁଛନ୍ତି ସେତେବେଳେ ସ୍ତନ ଉପରତଳ ହୋଇଥାଏ। ଏହା ଦ୍ୱାରା ଛାତିକୁ କଷ୍ଟ ହେବା ଭଳି ସମସ୍ୟା ଦେଖାଦିଏ। ଏଣୁ ସବୁବେଳେ ଦୌଡ଼ାଦୌଡ଼ି କରିବା ବେଳେ ସପୋର୍ଟ ବ୍ରା ପିନ୍ଧନ୍ତୁ। ନଚେତ୍‌ ଛାତିର ଟିସ୍ୟୁ ଉପରେ ଖରାପ ପ୍ରଭାବ ପଡ଼ିପାରେ।
  • ହାତ ଓ ପାଦର ଓ୍ଵାକ୍ସିଂ କରିବା ଦ୍ୱାରା ତ୍ୱଚା ଉପରେ ଖରାପ ପଡ଼େନାହିଁ, କିନ୍ତୁ ସ୍ତନର ଓ୍ଵାକ୍ସିଂ କରିବା ଦ୍ୱାରା ଚର୍ମ ଖରାପ ହେବା ସମ୍ଭାବନା ରହିଛି। କାରଣ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ବ୍ରେଷ୍ଟ ଅଧିକ ସେନ୍‌ସେଟିଭ୍‌ ହୋଇଥାଏ। ଓ୍ଵାକ୍ସିଂ କରିବା ଦ୍ୱାରା ସ୍ତନରେ ଜଳାପୋଡ଼ା ହେବା ସହ ଆଲର୍ଜି ମଧ୍ୟ ହୋଇପାରେ। ଏଣୁ ଏସବୁ ଅଙ୍ଗରେ ଆଦୌ କିଛି ଏପଟସେପଟ ଜିନିଷ ବ୍ୟବହାର କରନ୍ତୁ ନାହିଁ।

 

  • ଅଧିକାଂଶ ମହିଳା ନିଜର ବ୍ରା ମାପ ଜାଣିପାରିନଥାନ୍ତି। ଏଣୁ ଛୋଟ କିମ୍ବା ବଡ଼ ସାଇଜ୍‌ର ବ୍ରା ପିନ୍ଧିଥାନ୍ତି। ଯାହା ବ୍ରେଷ୍ଟ ଉପରେ ଚାପ ପକାଇଥାଏ ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ। ଏଣୁ ବ୍ରା କିଣିବା ବେଳେ ସବୁବେଳେ ନିଜ ମାପର କିଣନ୍ତୁ ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button