ବିଚାର

ଆଜି ଜନ୍ମାଷ୍ଟମୀରେ ଘରେ ବନାନ୍ତୁ ନଡିଆ ପାକ, ସ୍ୱାଦ ଏକଦମ୍‌ ଖାସ୍‌

ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଆଜି ସାରା ଦେଶ ବହୁ ଧୂମଧାମରେ କରୋନା ନିୟମ ମାନି ପାଳନ କରୁଛି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନଡିଆ ପାକ ରେସିପି ନେଇ ଆସିଛୁ। ଏହାକୁ ଆପଣ ପ୍ରସାଦ ଭାବରେ ମଧ୍ୟ ବାଳଗୋପାଳଙ୍କୁ ଭୋଗ ଲଗାଇପାରିବେ। ସେହିପରି ଯଦି ଘରେ ନଡିଆ ଅଛି ତାକୁ କେମିତି ଭାବରେ ବ୍ୟବହାର କରିବେ ଭାବୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଖୁଆ – ୧ କପ୍‌।, ନଡିଆ କୋରା – ଏକ କପ୍‌, ଖରଭୂଜ ମଞ୍ଜି – ୧ କପ୍‌, ଚିନି – ୨ କପ୍‌, ଘିଅ – ୩/୪ କପ୍‌, ବାଦାମ – ୧/୨ କପ୍‌, ଖସଖସ୍‌ – ୧/୪ କପ୍‌, ଅଳେଇଚ – ୧୦ରୁ୧୨ଟି।

nadia pakପ୍ରସ୍ତୁତି ପ୍ରଣାଳୀ

ଖୁଆ, କାଜୁ, ବାଦାମ ଏବଂ ଅନ୍ୟ ଡ୍ରାଏ ଫୃଟ୍ସକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଏକ କଡାରେ ଘିଅ ଗରମ କରନ୍ତୁ ଏବଂ ଖୁଆକୁ ଭାଜି ଦିଅନ୍ତୁ। ଧ୍ୟାନରେ ରଖନ୍ତୁ ଯେପରି ଖରଭୁଜ ମଞ୍ଜିକୁ ମଧ୍ୟ ସାମାନ୍ୟ ଭାଜି ଦିଅନ୍ତୁ। ଶୁଦ୍ଧ ଦେଶୀ ଘିଅରେ ଚିନିକୁ ଭାଜି ଦିଅନ୍ତୁ। ସିରାକୁ ମଝିରେ ମଝିରେ ଚେକ୍‌ କରନ୍ତୁ। ପ୍ରସ୍ତୁତ ସିରାରେ ଭାଜି ରଖିଥିବା ଖୁଆକୁ ଭଲଭାବେ ମିଶାଇ ଦିଅନ୍ତୁ। ପରେ ଏଥିରେ ଅଳେଇଚ ପାଉଡର ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଘିଅ ଲଗା ଥାଳିକୁ ବାହାର କରିଦିଅନ୍ତୁ। ଏହାପରେ ଏହାକୁ ଛୁରୀରେ ବର୍ଫିର ଆକାର ଦେଇ କାଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ସ୍ୱାଦିଷ୍ଟ ନଡିଆ ପାକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button