ବିଚାର

ଜାଣନ୍ତୁ କେସର ତିଳକର ଚମତ୍କାରୀ ଗୁଣ, ଏତେ ଲାଭ ଯେ ଯାହା ଜାଣିବା ଆପଣଙ୍କୁ ନିହାତି ଆବଶ୍ୟକ

ହିନ୍ଦୁ ସଂସ୍କୃତିରେ ତିଳକର ବହୁତ ମହତ୍ତ୍ୱପୂର୍ଣ୍ଣ ରହିଛି। କୌଣସି ବି ପୂଜା କିମ୍ବା ଧାର୍ମିକ ଅନୁଷ୍ଠାନ ତିଳକ ବିନା ଅଧୁରା ରହିଥାଏ। ତିଳକ ମଙ୍ଗଳ ଏବଂ ଶୁଭତାର ପ୍ରତିକ ଅଟେ। ଏଥିପାଇଁ ଯେତେବେଳେ କିଏ କୌଣସି ବି ଶୁଭ କାମ ପାଇଁ ପ୍ରସ୍ଥାନ କରିଥାନ୍ତି ତାଙ୍କ ମୁଣ୍ଡରେ ତିଳକ ଲଗାଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ତିଳକ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିପାରେ। ଅଲଗା ଅଲଗା ପଦାର୍ଥର ତିଳକ କରିବା ଦ୍ୱାରା ଅଲଗା ଅଲଗା କାମନା ପୂର୍ଣ୍ଣ ହୋଇଥାଏ। ଚନ୍ଦନ, କୁମକୁମ, କେସର ଆଦି ଅନେକ ପଦାର୍ଥ ରହିଛି ଯାହାର ତିଳକ କରିବା ଦ୍ୱାରା କାଯ୍ୟର୍ ସିଦ୍ଧି କରାଯାଇପାରେ। ଆସନ୍ତୁ ଜାଣିବା କେସର ତିଳକ କରିବା ଦ୍ୱାରା କେଉଁ ମନୋକାମନା ପୂର୍ଣ୍ଣ ହୋଇପାରେ।

ଯେଉଁ ବ୍ୟାକ୍ତିଙ୍କ ଜୀବନରେ ସଫଳତା, ଆକର୍ଷକ ବ୍ୟକ୍ତିତ୍ୱ, ସୌନ୍ଦର୍ଯ୍ୟ, ଧନ, ସମ୍ପଦ, ଆୟୁ, ଆରୋଗ୍ୟ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତାହେଲେ ସେମାନେ ପ୍ରତିଦିନ ନିଜ ମସ୍ତକରେ କେସରର ତିଳକ କରିବା ଉଚିତ। କେସରର ତିଳକ ଶିବ, ବିଷ୍ଣୁ ଗଣେଷ ଏବଂ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାଏ।

ଅନେକ ଦେବା ଦେବୀଙ୍କର ଯନ୍ତ୍ରକୁ ନିର୍ମାଣ କରିବା ପାଇଁ କେସର ବହୁତ ଭଲ ଅଟେ। କେସର ଶୁଦ୍ଧ, ପବିତ୍ର ଏବଂ ପ୍ରାକୃତିକ ସୁଗନ୍ଧରେ ଭରପୂର ହୋଇଥାଏ। ଏଥିରେ ଏକ ଦିବ୍ୟ ଶକ୍ତି ରହିଥାଏ। ଯାହାଦ୍ୱାରା ଦେବାଦେବୀଙ୍କୁ ସହଜରେ ହିଁ ପ୍ରସନ୍ନ କରାଯାଇପାରେ।

tilakଯେଉଁ ଲୋକଙ୍କର ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ହୋଇଥାଏ ତାଙ୍କୁ କେସର ମିଶ୍ରିତ କ୍ଷୀର ଦ୍ୱାରା ଶିବଙ୍କୁ ଅଭିଷେକ କରିବା ଉଚିତ। ଏହାସହିତ ନିଜ ମସ୍ତକ, ଗଳା ଏବଂ ନାଭିରେ କେସର ତିଳକ କରନ୍ତୁ। ଯଦି ଲଗାତର ତିନି ମାସ ପଯ୍ୟର୍ନ୍ତ ଏହି ପ୍ରୟୋଗ କରାଯାଏ ତାହେଲେ ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ।

ଯେଉଁ ଲୋକଙ୍କ ଜନ୍ମକୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ ତାହେଲେ ହନୁମାନଙ୍କୁ ଲାଲ ଚନ୍ଦନ ଏବଂ କେସର ମିଶ୍ରିତ ତିଳକ ଲଗାଇବା ଉଚିତ। ନିଜ ବେପାର ସମ୍ପନ୍ଧୀୟ କାଗଜପତ୍ର, ବହି-ଖାତା, ଆଲମାରୀ ଆଦିକୁ କେସର ମିଶା ପାଣିେ ସିଞ୍ଚନ କରନ୍ତୁ। ଦେଖିବେ ବେପାରରେ ବହୁତ ଉନ୍ନତି ଆସିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button