ବିଚାର

ତାଓ୍ଵା ଧୋଇବା ବେଳେ ଏସବୁ ବିଷୟ ପ୍ରତି ଦୃଷ୍ଟି ଦିଅନ୍ତୁ, ନଚେତ୍‌ ଅସନ୍ତୁଷ୍ଟ ହେବେ ଲକ୍ଷ୍ମୀ

ମାର୍କେଟରେ ଏବେ ବହୁ ପ୍ରକାରର ତାଓ୍ଵା ମିଳୁଛି। ନର୍ମାଲ ତାଓ୍ଵାଠୁ ଆରମ୍ଭ କରି ନନ୍‌ଷ୍ଟିକ୍‌, ମାଟି ଆଦି ବହୁ ପ୍ରକାରର ତାଓ୍ଵାରେ ଲୋକମାନେ ରୁଟି ସେକିବାକୁ ପସନ୍ଦ କରୁଛନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ପ୍ରତ୍ୟେକ ଜିନିଷ ଠିକ୍‌ ଦିଗରେ ରହିବା ଉଚିତ। ଏହା ଦ୍ୱାରା ପରିବାରରେ ସୁଖ ଶାନ୍ତି ଲାଗିରହେ। ତେବେ ଆଜି ଆସନ୍ତୁ ଜାଣିବା ତାଓ୍ଵା ସହ ଜଡ଼ିତ କେତେକ ବାସ୍ତୁ ଟିପ୍ସ…

tawa2

  • ବାସ୍ତୁ ଅନୁସାରେ ଖାଇବା ତିଆରି କରିସାରିବା ପରେ ତାଓ୍ଵାକୁ ସବୁବେଳେ ସବୁଠୁ ତଳ ଥାକରେ ରଖିବା ଉଚିତ। ଖୋଲାରେ ତାଓ୍ଵା ରଖିବା ଦ୍ୱାରା ବାସ୍ତୁ ଦୋଷ ଦେଖାଦିଏ।
  • ରୁଟି କରିସାରିବା ପରେ ତାଓ୍ଵାକୁ ଧୁଅନ୍ତୁ। କିନ୍ତୁ ଧ୍ୟାନ ଦେବେ ଗରମ ତାଓ୍ଵା ଉପରେ ସାଙ୍ଗେ ସାଙ୍ଗେ ପାଣି ପକାଇବେ ନାହିଁ। ଏହା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି।
  • ଶାସ୍ତ୍ରାନୁସାରେ ତାଓ୍ଵାରେ ରୁଟି କରିବା ପୂର୍ବରୁ ଏହା ଉପରେ ଅଳ୍ପ ଲୁଣ ଛିଞ୍ଚିବା ଉଚିତ୍‌। ଏହା ଦ୍ୱାରା ଘରେ ଧନର ଅଭାବ ରହେ ନାହିଁ।
  • ବାସ୍ତୁ ଅନୁସାରେ ତାଓ୍ଵାକୁ ସବୁବେଳେ ନିଜ ଡାହାଣ ପଟେ ରଖିବା ଉଚିତ।
  • ରୁଟି କରି ସାରିବା ପରେ ପ୍ରଥମ ରୁଟିକୁ ସବୁବେଳେ ଗାଈଙ୍କୁ ଦାନ କରନ୍ତୁ ଓ ଶେଷ ରୁଟି କୁକୁରଙ୍କୁ। ଏହା ଦ୍ୱାରା ଶତ୍ରୁ ଭୟ ଦୂର ହୁଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button