ବିଚାର

ଚେହେରାକୁ ବ୍ଲିଚ କରିବା ସହିତ ଉଜ୍ୱଳତା ବଢାଏ ଚନ୍ଦନ ଫେସପ୍ୟାକ୍‌, ଚେହେରାରେ ଏମିତି କରନ୍ତୁ ପ୍ରୟୋଗ

ବଦଳୁଥିବା ପାଣିପାଗ ତ୍ୱଚାରେ ଅନେକ ପ୍ରକାର ପରିବର୍ତ୍ତନ ଆଣିଥାଏ। ଏଥିପାଇଁ ତ୍ୱଚା ରୁକ୍ଷ, ନିସ୍ତେଜ ଏବଂ କଳା ପଡିବାକୁ ଲାଗିଥାଏ। ଏମିତିରେ ତ୍ୱଚାର ସଠିକ ଧ୍ୟାନ ରଖିଲେ ହିଁ ଏହାର ଉଜ୍ୱଳତା ବଜାୟ ରହିଥାଏ। ତ୍ୱଚାରେ ଉଜ୍ୱଳତା ରଖିବା ପାଇଁ ଅନେକ ଯୁବତୀ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି। ଏହା ତ୍ୱଚାର ଉଜ୍ୱଳତା କିଛିଦିନ ଯାଏ ବଢାଏ, ତା’ପରେ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ତ୍ୱଚାରେ ନ୍ୟାଚୁରାଲ ଗ୍ଲୋ ଆଣିବା ପାଇଁ ଘରୋଇ ବ୍ଲିଚର ବ୍ୟବହାର କରିପାରିବେ।

ଏମିତିରେ ଚନ୍ଦନ ଫେସପ୍ୟାକ୍‌ ବ୍ୟବହାର କରନ୍ତୁ, ଯାହା ତ୍ୱଚାକୁ ଥଣ୍ଡା କରିବା ସହ ବ୍ରଣ, ଦାଗ, ତ୍ୱଚାରେ ଭାଙ୍ଗ, ଟ୍ୟାନିଂ ଇତ୍ୟାଦି ସ୍କିନ ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ କେମିତି କରିବେ ବ୍ୟବହାର…

chandan

ଚନ୍ଦନ ପାଉଡର: ୧ ଚାମଚ
ପାଣି ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ବିଧି :

ଏକ ପାତ୍ରରେ ଚନ୍ଦନ ପାଉଡର ଏବଂ ପାଣିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଭଲଭାବେ ଲଗାଇଦିଅନ୍ତୁ। ଏହାକୁ ଲଗାଇବାର ୧୦ ମିନିଟ ପର୍ଯ୍ୟନ୍ତ ରଖି ଶୁଖିବାକୁ ଛାଡିଦିଅନ୍ତୁ। ଏହି ପ୍ୟାକ୍‌ ଶୁଖିବା ପରେ ଚେହେରା ଅଳ୍ପ ପାଣି ଲଗାଇ ହାଲକା ହାତରେ ମସାଜ କରନ୍ତୁ। ତା’ ପରେ ଏହାକୁ ସଫା କରିଦିଅନ୍ତୁ। ଏମିତି କଲେ ଚେହେରାରେ ଉଜ୍ୱଳତା ଫେରି ଆସିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button