ଜୀବନଶୈଳୀ

ଶରୀରରେ ରକ୍ତ ଅଭାବ ରହିଛି କି ? ନିଶ୍ଚିତ ଆପଣାନ୍ତୁ ଏହି ଟିପ୍ସ

ଶରୀରରକୁ ସୁସ୍ଥ ରଖିବା ବହୁତ ଆବଶ୍ୟକ ହୋଇଥାଏ। ଶରୀରକୁ ନିରୋଗୀ ରହିଲେ ହିଁ ବ୍ୟକ୍ତି ଭଲ ଭାବେ ଜୀବନ ବଞ୍ଚିପାରେ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କାହା ପାଖରେ ସମୟ ନାହିଁ। ଶରୀରର ସଠିକ୍‌ ଯତ୍ନ ନ ନେଲେ ଶରୀରରେ ରକ୍ତର ଅଭାବ ଦେଖାଯାଇଥାଏ। ରକ୍ତର ଅଭାବ ଅନେକ କାରଣ ଯୋଗୁଁ ହୋଇଥାଏ। ଅଧିକ ଟେନସନ ହେଲେ, ନିଦର ଅଭାବ, ପୋଷକହୀନ ଖାଦ୍ୟ ଇତ୍ୟାଦି। ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ଏଭଳି ସମସ୍ୟା ମଧ୍ୟ ଦେଖାଯାଏ। ତେବେ ଏଭଳି ସମସ୍ୟାରୁ କିଭଳି ବଞ୍ଚିପାରିବେ…. ଆସନ୍ତୁ ଜାଣିବା

– ଗାଜର ଏବଂ ବିଟ୍‌ ଜୁସ୍‌ କିମ୍ବା ସାଲାଡ ଖାଇବା ଦ୍ୱାରା ରକ୍ତ ଅଭାବକୁ ଦୂର କରିହେବ। ପ୍ରତିଦିନ ଗାଜର ଏବଂ ବିଟ୍‌ ରସ ମିଶାଇ ପିଅନ୍ତୁ।

blood

– ଶରୀରରେ ରକ୍ତ ଅଭାବ ହେଲେ ଟମାଟର ଖାଇବା ଉଚିତ। ଏଥିପାଇଁ ଟମାଟର ଜୁସ ପିଅନ୍ତୁ। ଟମାଟର ଜୁସ୍‌ ଧୀରେ ଧୀରେ ଶରୀରରେ ରକ୍ତର ଅଭାବ ଦୂର କରିଥାଏ।

– ପ୍ରତିଦିନ ଆପଣ ଡାଳିମ୍ବ ଜୁସ୍‌ ପିଇପାରିବେ। ଏହାଛଡା ଗ୍ରୀନ ପନିପରିବା ଖାଇବା ଦ୍ୱାରା ମଧ୍ୟୟ ରକ୍ତ ଅଭାବକୁ ଦୂର କରିହେବ।

juice

– ରକ୍ତର ଅଭାବ ଦୂର କରିବା ପାଇଁ ଆପଣ ଖଜୁରୀ ଖାଇପାରିବେ। ପ୍ରତିଦିନ କ୍ଷୀରରେ ୧ଟି କିମ୍ବା ୨ଟି ଖଜୁରୀ ପକାଇ ଖାଆନ୍ତୁ ଲାଭ ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button