ଜୀବନଶୈଳୀ

ଘରେ ଏସବୁ ଭୁଲ କରୁଥିଲେ ଶତଚେଷ୍ଟା ପରେ ବି ଦୂର ହୁଏନି ଆର୍ଥିକ ସଙ୍କଟ, ଆପଣ ଏଥିରୁ କିଛି କରୁନାହାନ୍ତି ତ!

ଜୀବନରେ ପ୍ରାୟତଃ ଏଭଳି ସମୟ ଆସେ ଯେତେବେଳେ ଆମେ ଆର୍ଥିକ ସଙ୍କଟ ଦେଇ ଗତି କରିଥାଉ। ଅର୍ଥ ଅଭାବ ଦୂର କରିବାକୁ ଆମେ ଯେତେ ଚେଷ୍ଟା କଲେ ବି ସମସ୍ୟା କମିନଥାଏ। ବାସ୍ତୁବିତ୍‌ଙ୍କ ମତରେ ଆର୍ଥିକ ସଙ୍କଟ ଦେଖାଯିବାର କାରଣ ଆମେ କରୁଥିବା ଭୁଲ। ଦୈନନ୍ଦିନ ଜୀବନରେ ଆମେ ଏମିତି ଅନେକ ଭୁଲ କରିଥାଉ ଯାହାର ପରିଣାମ ସ୍ୱରୂପ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଜୀବନରେ ଆର୍ଥିକ ସଙ୍କଟ ଲାଗିରହେ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଭୁଲ ଯୋଗୁ ଆର୍ଥିକ ସମସ୍ୟା ଲାଗି ରହେ।

prosperity

  • ଲୋକମାନେ ଘର ତ ପରିଷ୍କାର ରଖିଥାନ୍ତି କିନ୍ତୁ ଛାତକୁ ସଫା ରଖିବା ଉପରେ ଏତେଟା ଗୁରୁତ୍ୱ ଦେଇନଥାନ୍ତି। ଏହି କାରଣରୁ ଛାତ ଉପରେ ଅଳିଆ ଆବର୍ଜନା ପଡ଼ିରହେ। ବାସ୍ତୁ ଅନୁସାରେ ଛାତ ଉପରେ ମଇଳା ଜମି ରହିଲେ ଅର୍ଥ ସଙ୍କଟ ଦେଖାଯାଏ। ଏଥିସହ ମାନସିକ ଅଶାନ୍ତି ବି ହୋଇପାରେ।
  • ଆଲମିରା କିମ୍ବା ଟଙ୍କା ରଖୁଥିବା ଦିଗ ଠିକ୍‌ ନଥିଲେ ବି ବାସ୍ତୁ ସମସ୍ୟା ଦେଖାଦିଏ। ଫଳରେ ଲକ୍ଷ୍ମୀ ଘରକୁ ଆସିନଥାନ୍ତି। ଏଣୁ ଟଙ୍କା ରଖୁଥିବା ବାକ୍ସ ବା ଆଲମିରାକୁ ସବୁବେଳେ ପଶ୍ଚିମ ଦିଗରେ ରଖନ୍ତୁ ଓ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଧ୍ୟାନ ଦିଅନ୍ତୁ।
  • ଘରେ ସଜାସଜି ପାଇଁ ଯଦି କୌଣସି ଜଳ ପୂର୍ଣ୍ଣ ଜିନିଷ ରଖୁଛନ୍ତି, ତେବେ ତାହାକୁ ଉତ୍ତର ଦିଗରେ ରଖନ୍ତୁ। ଉତ୍ତର ଦିଗକୁ କୁବେରଙ୍କ ଦିଗ ବୋଲି କୁହାଯାଏ, ଏଣୁ ଏହି ଦିଗରେ ଜଳ ରଖିବା ଶୁଭ ହୋଇଥାଏ।
  • ଟ୍ୟାପ୍‌ରୁ କେବେ ବି ପାଣି ବୋହିବାକୁ ଦିଅନ୍ତୁ ନାହିଁ। ଏହି ପାଣି ସହ ଘରର ସୁଖ ଶାନ୍ତି ଓ ଧନ ବି ବାହାରକୁ ଚାଲିଯାଏ ବୋଲି ବାସ୍ତୁରେ କୁହାଯାଇଛି। ନଳ ଖରାପ ହେଲେ ତୁରନ୍ତୁ ସଜାଡ଼ନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button