ଦେଶ ବିଦେଶ

ତ୍ୱଚାର ଉଜ୍ୱଳତା ବଢାଇବ ଅଣ୍ଡା ଖୋଳପା, ଜାଣନ୍ତୁ କେମିତି କରିବେ ବ୍ୟବହାର

ଛୋଟ ଠାରୁ ବଡ ସମସ୍ତଙ୍କର ପସନ୍ଦ ଅଣ୍ଡା। ଅଣ୍ଡା ସେବନ କରିବା ଶରୀର ପାଇଁ ଲାଭକାରୀ। ଏଥିରେ ଥିବା ପ୍ରୋଟିନ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ବଞ୍ଚାଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଅଣ୍ଡା କେବଳ ସ୍ୱାସ୍ଥ୍ୟ ପ୍ରତି ଲାଭପ୍ରଦ ତାହା ନୁହେଁ ତ୍ୱଚା ପାଇଁ ମଧ୍ୟ ଉପକାରୀ। ଅଣ୍ଡା ଖୋଳ ଏବଂ ଧଳା ଅଂଶକୁ ସୁନ୍ଦରତା ପାଇଁ ଫାଇଦାଯୁକ୍ତ ହୋଇଥାଏ। ଅଣ୍ଡା ଖୋଳପା ତ୍ୱଚାର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଅଣ୍ଡା ଖୋଳ ତ୍ୱଚାକୁ ସଫା କରିବା ସହିତ ପ୍ରାକୃତିକ ଉଜ୍ୱଳତା ମିଳିଥାଏ। ତେବେ ଆସନ୍ତୁ ଜାଣିବା କିପରି କରିବେ ବ୍ୟବହାର…

– ଅଣ୍ଡା ଖୋଳପାରୁ ପ୍ରସ୍ତୁତ ପାଉଡରରେ ଲେମ୍ବୁ ରସ କିମ୍ବା ସିରକା ମିଶାଇ ତ୍ୱଚାରେ ଲଗାଇବା ଦ୍ୱାରା ଦାଗ ଦୂର ହୋଇଥାଏ। ଏହାସହିତ ତ୍ୱଚା ଜନିତ ସଂକ୍ରମଣ ମଧ୍ୟ କମ୍‌ ହୋଇଥାଏ।

– ଅଣ୍ଡା ଖୋଳପାରେ ଦୁଇ ଚାମଚ ମହୁ ମିଶାଇ ଏକ ଗାଢ ପେଷ୍ଟ କରନ୍ତୁ। ଏବେ ଏହାକୁ ପ୍ରଭାବିତ ତ୍ୱଚାରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ରଖିବା ପରେ ତ୍ୱଚାକୁ ସଫା କରିଦିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା ସପ୍ତାହ ମଧ୍ୟରେ ମୁହଁରେ ଉଜ୍ୱଳତା ଫେରିପାଇବେ।

face

– ଅଣ୍ଡା ଖୋଳପା ପାଉଡରରେ ଚିନି ପାଉଡର ମିଶାଇ ଅଣ୍ଡାର ଧଳା ଅଂଶ ମିଶାଇ ଭଳ ଭାବେ ଫେଣ୍ଟି ନିଅନ୍ତୁ। ଏବେ ଏଥିରେ ପାଉଡର ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ମାସ୍କକୁ ମୁହଁରେ ସପ୍ତାହକୁ ଥରେ ଲଗାନ୍ତୁ। ତା’ ପରେ ତ୍ୱଚାରେ ଫରକ ଜାଣିପାରିବେ।

– ଆପଣ ପ୍ରତିଦିନ ଦାନ୍ତ ବ୍ରଶ କରୁଛନ୍ତି ତଥାପି ଦାନ୍ତ ହଳଦିଆ ଦେଖାଯାଉଛି। ଦାନ୍ତ ହଳଦିଆପଣରୁ ମୁକ୍ତି ମିଳିବ। ଅଣ୍ଡା ଖୋଳପା ପାଉଡରକୁ ଦାନ୍ତରେ ଘଷନ୍ତୁ ଏହି ସମସ୍ୟାରୁ ମୁକ୍ତି ମିଳିବ।

– ଆପଣ ଅଣ୍ଡା ଖୋଳପା ପାଉଡରରେ ଏଲୋଭେରା ଜେଲ ମିଶାଇ ମୁହଁରେ ଲଗାଇବେ ମଧ୍ୟ ତ୍ୱଚାରେ ନମନୀୟତା ଫେରିପାଇବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button