ଆପଣଙ୍କ ତ୍ୱଚାରେ ପ୍ରାକୃତିକ ଚମକ ଆଣିବ ଏହି ଫେସପ୍ୟାକ, ତୁରନ୍ତ କରନ୍ତୁ ବ୍ୟବହାର

ନିଜ ତ୍ୱଚାକୁ ଅଧିକ ଦିନ ଯାଏଁ ଯବାନ ଓ ଉଜ୍ଜ୍ୱଳମୟ ରଖିବା ପାଇଁ ଅଧିକାଂଶ ଝିଅମାନେ ନାମୀ ଦାମୀ କମ୍ପାନୀର ବ୍ୟୁଟି ପ୍ରଡ଼କ୍ଟସ ବ୍ୟବହାର କରିଥାନ୍ତି । ଏଥିପାଇଁ ଅନେକେ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବି ପଛାନ୍ତି ନାହିଁ । କିନ୍ତୁ ଏହି ସବୁ ଦାମୀ ପ୍ରଡକ୍ଟ କେବେ କେବେ ଭଲ ଫାଇଦା ଦିଏ ତ କେବେ ଦିଏନାହିଁ । ଏମିତିକି ଅନେକ ସମୟରେ କେମିକାଲ ଗୁଡିକର ନକାରାତ୍ମକ ପ୍ରଭାବ ବି ପଡିଥାଏ । ଏମିତିରେ ଆପଣ ଦାମୀ ପ୍ରଡକ୍ଟ ବଦଳରେ ଘରେ ସହଜରେ ମିଳିପାରୁଥିବା ଘରୋଇ ଜିନିଷ ଗୁଡିକର ବ୍ୟବହାର କରିପାରିବେ । ଯେଉଁଥିରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବାକୁ ନଥିବା ବେଳେ ଚେହେରା ଉପରେ ବି କୌଣସି କୁପ୍ରଭାବ ପଡିନଥାଏ । ଏହା ଏଗୁଡିକରେ ବ୍ୟବହାର ହେଉଥିବା ଜିନିଷ ଗୁଡିକରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିୟଲ, ଆଣ୍ଟି ଭାଇରାଲ ଗୁଣ ତ୍ୱଚାକୁ ଅଧିକ ଦିନ ପର୍ଯ୍ୟନ୍ତ ଯବାନ ରଖିବା ସହ ଏକ ଭିନ୍ନ ଉଜ୍ଜଳତା ଆଣିଥାଏ । ତେବେ ଆସନ୍ତୁ ଜାଣିବା ଏହି ଫେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
୧. ତୁଳସୀ ପତ୍ର
୨. ମହୁ – ଏକ ଚାମଚ
୩. ବେସନ – ଏକ ଚାମଚ

୪. ଉଷୁମ ପାଣି- ଆବଶ୍ୟକତା ଅନୁସାରେ
କେମିତି କରିବେ ପ୍ରସ୍ତୁତ:
ଏକ ଗିନାରେ ଗରମ ପାଣି, ତୁଳସୀ ପତ୍ର ଭିଜେଇ ଦିଅନ୍ତୁ । ଏହା ଦ୍ୱାରା ତୁଳସୀ ମିଳେଇ ଯିବ । ଏବେ ଏହାକୁ ଏକ ମିକସିରେ ରଖି ଭଲ ଭାବରେ ପେଷ୍ଟ କରି ଦିଅନ୍ତୁ । ଏବେ ଏହି ପେଷ୍ଟକୁ ଏକ କଟୋରିରେ ରଖି ଉପରୋକ୍ତ ବାକି ଜିନିଷ ସହ ଭଲ ଭାବେ ମିଶେଇ ଦିଅନ୍ତୁ । ଏବେ ଏହାକୁ ନିଜ ଚେହେରା ଓ ବେକ ଆଦିରେ ଭଲ ଭାବରେ ଲଗାଇ ଦିଅନ୍ତୁ | ଏହା ପ୍ୟାକ ଶୁଖି ଆସିଲେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । କହିରଖିବା ଉଚିତ ହେବକି, ତୁଳସୀରେ ଆଣ୍ଟି ଆକ୍ସିଡେଣ୍ଟ ପରି ଗୁଣ ଭରପୁର ମାତ୍ରାରେ ଥିବା ବେଳେ ମହୁ ଏକ ଉତ୍ତମ ବ୍ଲିଚ ପରି କାମ କରିଥାଏ । ତ୍ୱଚାରେ ମଧ୍ୟ ଏହା ଏକ ଉତ୍ତମ ଗ୍ଲୋ ଆଣିଥାଏ । ଯେବେକି ବେସନ ଏକ ଉତ୍ତମ ପ୍ରାକୃତିକ ସ୍କ୍ରବ । ଯାହା ଚେହେରାରୁ ମୃତ କୋଷିକା ସଫା କରି ନୂଆ ତ୍ୱଚା ସୃଷ୍ଟି କରିପାରେ ।



