ଦେଶ ବିଦେଶ

ଭିଟାମିନ୍-ଡିର ଅଭାବରୁ ବଢିଥାଏ ୟୁରିକ୍ ଏସିଡ୍, ଜାଣନ୍ତୁ ଏହି ସମସ୍ଯା ଠିକ୍ କରିବାର ସଠିକ୍ ଉପାୟ

ଶରୀରରେ ୟୁରିକ୍ ଏସିଡ୍ ର ମାତ୍ରା ଅତ୍ଯଧିକ ହେବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ଯ ସମ୍ବନ୍ଧିୟ ସମସ୍ଯା ଦେଖାଯାଇଥାଏ। ଏହିକାରଣରୁ ଏଭଳି ପରିସ୍ଥିତିରେ ୟୁରିକ୍ଏସିଡ୍ ଡାଏଟ୍ ର ଧ୍ଯାନ ରଖିବା ଜରୁରୀ। ଅତ୍ଯଧିକ ୟୁରିନ୍ ଯୁକ୍ତ ଖାଦ୍ଯ ପଦାର୍ଥ ସେବନ କରିବା ଦ୍ବାରା ଶରୀରରେ ଅଧିକ ମାତ୍ରାରେ ୟୁରିକ୍ ଏସିଡ୍ ଜମା ହୋଇଥାଏ। ଯାହାଫଳରେ ହାର୍ଟ ସମ୍ବନ୍ଧିୟ ସମସ୍ଯା, ହାଇପରଟେନସନ୍, କିଡନୀ ଷ୍ଟୋନ୍ ଏବଂ ଗଣ୍ଠି ରୋଗ ଭଳି ଅନେକ ରୋଗ ହେବାର ଆଶଙ୍କା ରହିଥାଏ। ଶରୀରରେ ଭିଟାମିନ-ଡି ର ଅଭାବ କାରଣରୁ ମଧ୍ଯ ୟୁରିକ୍ ଏସିଡ୍ ର ସମସ୍ଯା ଦେଖାଦେଇଥାଏ। ଏହିକାରଣରୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଆପଣଙ୍କୁ ନିଜର ଖାଦ୍ଯ-ପାନୀୟ ଉପରେ ବିଶେଷ ଧ୍ଯାନ ରଖିବାକୁ ପଡିଥାଏ। ଏଥିପାଇଁ ଆପଣ ଘରେ ବସି ମଧ୍ଯ ୟୁରିକ୍ ଏସିଡ୍ କୁ ନର୍ମାଲ ସ୍ତରରେ ରଖି ପାରିବେ। ତେବେ ଆସନ୍ତୁ ଜାଣିବା ଶରୀରରେ ଭିଟାମିନ୍-ଡିର ଅଭାବକୁ କିପରି ପୂରଣ କରିବେ।

uric acid1-ସୋୟା ଫୁଡ୍ ଅର୍ଥାତ ସୋୟାବିନ୍ ବଡି ଖାଇବା ଦ୍ବାରା ଭିଟାମିନ୍-ଡିର ଅଭାବ ପୂରଣ କରାଯାଇପାରିବ। ଏହାକୁ ସେବନ କରିବା ଦ୍ବାରା ୟୁରିକ୍ ଏସିଡ୍ କାରଣରୁ ହେଉଥିବା ଅନ୍ଯ ସମସ୍ଯା ମଧ୍ଯ ଦୂର ହୋଇଥାଏ। ଏହା ବ୍ଯତୀତ ଏଥିରେ ଥିବା ତତ୍ତ୍ବ ଗଣ୍ଠି ଫୁଲା ଏବଂ ଯନ୍ତ୍ରଣା କମ କରିବାରେ ସାହାଯ୍ଯ କରିଥାଏ।

-ଗାଈ କ୍ଷୀର ଭିଟାମିନ-ଡି ଏବଂ କ୍ଯାଲସିୟମର ଏକ ବଡ ସ୍ରୋତ। ଏହା ମଧ୍ଯ ହାଡକୁ ମଜବୁତ୍ କରିବାରେ ସାହାଯ୍ଯ କରିଥାଏ। ଗାଈ କ୍ଷୀରରେ ହିଲିଂଗ ଇଫେକ୍ଟ ରହିଥାଏ, ଯାହା ୟୁରିକ୍ ଏସିଡ୍ ବ୍ଯକ୍ତିମାନଙ୍କ ପାଇଁ ଲାଭକାରୀ ହୋଇଥାଏ।

uric acid2-ଭିଟାମିନ ଡି ଯୁକ୍ତ ଫଳ ହେଉଛି କମଳା। କମଳା ଜୁସ୍ ମଧ୍ଯ ହାଡ ମଜବୁତ୍ କରୁଥିବା ଖଣିଜ ପଦାର୍ଥକୁ ଅବଶୋଷିତ କରିଥାଏ। ଯାହା ଶରୀରକୁ ଶକ୍ତି ଦେବା ସହ ମୁଜବୁତ୍ କରିଥାଏ।

-ସେହିଭଳି ଛତୁରେ ମଧ୍ଯ ପ୍ରଚୁର ମାତ୍ରାରେ ଭିଟାମିନ୍-ଡି ରହିଥାଏ। ଏହିକାରଣରୁ ୟୁରିକ୍ ଏସିଡ୍ ବ୍ଯକ୍ତିମାନେ ଡାଏଟ୍ ରେ ଛତୁ ସାମିଲ୍ କରିବା ଉଚିତ। କାରଣ ଛତୁ ମଧ୍ଯ ଗଣ୍ଠି ଫୁଲା ଏବଂ ଗଣ୍ଠିରେ ହେଉଥିବା ଯନ୍ତ୍ରଣାକୁ କମ କରିବାରେ ଲାଭକାରୀ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button