ବିଚାର

ଏମିତି ବନାନ୍ତୁ ଟେଷ୍ଟୀ କଦଳୀ ଚକୁଳି, ପାଟିରେ ଲାଖି ରହିବ ସ୍ୱାଦ

ଆପଣ ସବୁବେଳେ ଚିନ୍ତା କରିଥାଆନ୍ତି ଯେ ଆଜି କଣ ନୂଆ ଡିସ୍‌ ହେବ। ସବୁବେଳେ କିଛି ନୂଆ ନୂଆ ଡିସ୍‌ ପ୍ରସ୍ତୁତ କରି ନିଜେ ଖାଇବାକୁ ଆଉ ଅନ୍ୟକୁ ଖୁଆଇବାକୁ ଭଲ ଲାଗିଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ସ୍ୱାଦିଷ୍ଟ ଚକୁଳି ପିଠା ନେଇ ଆସିଛୁ। ଆପଣ କଳା ପଡିଯାଇଥିବା କିମ୍ବା ଟିକେ ଖରାପ ହୋଇଯାଉଥିବା କଦଳୀକୁ ବ୍ୟବହାର କରି ଚକୁଳି ବନାଇ ପାରିବେ।

ଆବଶ୍ୟକ ସାମଗ୍ରୀ

ଗହମ ଅଟା-୨୦୦ ଗ୍ରାମ, ପାଚିଲା କଦଳୀ-୨ଟି, ଚିନି /କିମ୍ବା-୫୦ ଗ୍ରାମ, କ୍ଷୀର-୧ କପ୍‌, ପାନମଧୁରୀ-୧/୨ ଛୋଟ ଚାମଚ, ଲୁଣ-ସ୍ୱାଦାନୁସାରେ, ତେଲ- ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ କଦଳୀକୁ ଚକଟି ଦିଅନ୍ତୁ ଏହାପରେ ଏଥିରେ ଗୁଡ ଆଉ କ୍ଷୀର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଘୋଳ ପ୍ରସ୍ତୁତ କରନ୍ତୁ। ଘୋଳକୁ ବେଶି ପତଳା କରିବେନି କି ବେଶି ଗାଢ଼ା କରିବେନି। ଏହାପରେ ଏଥିରେ ଲୁଣ ଏବଂ ପାନମଧୁରୀ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଟା ପକାଇ ମିକ୍ସ କରନ୍ତୁ। ଘୋଳ ଅଧିକ ଗାଢ଼ା ଲାଗୁଥିଲେ ଏଥିରେ ଅଳ୍ପ ଅଳ୍ପ କରି ପାଣି ଦିଅନ୍ତୁ। ଘୋଳକୁ ଭଲ ଭାବେ ଗୋଳାଇ ରଖନ୍ତୁ। ଏବେ ଏକ ପ୍ୟାନରେ ଅଳ୍ପ ତେଲ ପକାନ୍ତୁ। ଏବେ ଏଥରେ ତେଢ଼ ଚାମଚ ଘୋଳ ପକାଇ ହାଲକା ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଦୁଇ ପଟକୁ ଭଲଭାବେ ଫ୍ରାଏ କରି ପ୍ଲେଟକୁ ବାହାର କରନ୍ତୁ। ଏମିତି ଉପାୟରେ ସମସ୍ତ ଚକୁଳିକୁ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଆପଣଙ୍କର କଦଳୀ ଚକୁଳି ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button