ବିଚାର

ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଚାଇନିଜ୍‌ ଭେଲ, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

୨୦୦ ଗ୍ରାମ ନୁଡଲ୍ସ, ୧/୪ କପ୍‌ ଭଜା ବାଦାମ, ୧ ଟେବୁଲ ଚାମଚ ଟମାଟୋ ସସ୍‌, ୧ ଟେବୁଲ ଚାମଚ ସେଜଓ୍ଵାନ ସସ୍‌, ୧/୪ କପ୍‌ କଟା ପିଆଜ, ୧/୪ ବନ୍ଧାକୋବି, ୧ ଚାମଚ କଞ୍ଚା ଲଙ୍କା, ତେଲ ଆବଶ୍ୟକ ଅନୁଯାୟୀ ଏବଂ ଲୁଣ ସ୍ୱାଦାନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ଚାଇନିଜ୍‌ ଭେଲ ବନାଇବା ପାଇଁ ନୁଡଲ୍ସରେ ୧ ଟେବୁଲ ଚାମଚ ତେଲ, ଚିମୁଟାଏ ଲୁଣ ଏବଂ ଆବଶ୍ୟକ ଅନୁସାରେ ପାଣି ପକାଇ ୫ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଏବଂ ପାଣି ବାହାର କରିଦିଅନ୍ତୁ। ପ୍ୟାନରେ ତେଲ ଗରମ କରନ୍ତୁ ଏବଂ ନୁଡଲ୍ସକୁ ଫ୍ରାଏ କରନ୍ତୁ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ପ୍ୟାନରୁ ନୁଡଲ୍ସକୁ ବାହାର କରି ଥଣ୍ଡା କରିଦିଅନ୍ତୁ। ଏକ ବଡ ପାତ୍ରରେ ଫ୍ରାଏ କରାଯାଇଥିବା ନୁଡଲ୍ସ ଏବଂ ବଳକା ସାମଗ୍ରୀକୁ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଚାଇନିଜ୍‌ ଭେଲ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button