ଦେଶ ବିଦେଶ

ତ୍ୱଚାର ସୁନ୍ଦରତା ସହିତ ଉଜ୍ୱଳତା ବଢାଇବ ତେନ୍ତୁଳି, ଏମିତି କରନ୍ତୁ ବ୍ୟବହାର

ସ୍ୱାଦରେ ଖଟା ଏବଂ ମିଠା ତେନ୍ତୁଳି ପ୍ରତି ଭାରତୀୟ ରୋଷେଇ ଘରେ ମିଳିଯାଏ। ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ଏଥିରେ ଭିଟାମିନ ସି, ଇ ଏବଂ ବି ଭରି ରହିଥାଏ। ଏହାସହିତ କ୍ୟାଲସିୟମ, ପୋଟାସିୟମ, ମାଙ୍ଗାନିଜ, ଆଇରନ, ଫସଫରସ ଏବଂ ଫାଇବର ମଧ୍ୟ ରହିଥାଏ। ଖାଇବାରେ ସ୍ୱାଦ ବଢାଉଥିବା କଇଁଆ ବା ତେନ୍ତୁଳି ତ୍ୱଚାରୁ ଦାଗ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କେମିତି କରିବେ ବ୍ୟବହାର…

ଫେସଓ୍ଵାସ : ଆପଣ ତେନ୍ତୁଳିକୁ ଫେସଓ୍ଵାସ ଭାବେ ବ୍ୟବହାର କରିପାରିବେ। ଏଥିପାଇଁ ତେନ୍ତୁଳିକୁ ପାଣିରେ ଭିଜାଇ ଦିଅନ୍ତୁ। ତା’ରେ ତେନ୍ତୁଳିକୁ କାଢି ଦେଇ ମୁହଁକୁ ସେହି ପାଣିରେ ଧୋଇଦିଅନ୍ତୁ।

taramind

ଫେସମାସ୍କ : ତ୍ୱଚାର ରଙ୍ଗ ଉଜ୍ୱଳ କରିବା ପାଇଁ ସପ୍ତାହକୁ ଦୁଇଥର ତେନ୍ତୁଳିର ବ୍ୟବହାର କରନ୍ତୁ। ତେନ୍ତୁଳିକୁ ପେଷ୍ଟ କରି ସେଥିରେ କ୍ଷୀର ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଶୁଖିଗଲା ପରେ ପାଣିରେ ଧୋଇଦିଅନ୍ତୁ।

ଫେସସ୍କ୍ରବ : ଚେହେରାର ମୃତ କୋଷିକାରୁ ରକ୍ଷା ପାଇବା ପାଇଁ ତେନ୍ତୁଳିକୁ ପ୍ରାକୃତିକ ଫେସ ସ୍କ୍ରବ ଭାବେ ବ୍ୟବହାର କରିପାରିବେ। ଏମିତି କରିବା ଦ୍ୱାରା ଚେହେରାର ସୁନ୍ଦରତା ବଢିଥାଏ।

ଫେସ ଟୋନର : ତ୍ୱଚାକୁ ସୁନ୍ଦରତା ବଢାଇବା ପାଇଁ ତେନ୍ତୁଳିକୁ ଫେସ ଟୋନର ଭାବେ ବ୍ୟବହାର କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button