ଦେଶ ବିଦେଶ

କଣ ଆପଣ ବି ସକାଳ ଟିଫିନରେ ଦହି ଖାଉଛନ୍ତି? ତାହେଲେ ଏହି କଥା ଉପରେ ନିଶ୍ଚୟ ରଖନ୍ତୁ ଧ୍ୟାନ

କଣ ଆପଣ ସକାଳର ଟିଫିନରେ ଦହି ନେଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଦହି ବହୁତ ଉପାୟରେ ଶରୀର ପାଇଁ ଫାଇଦାପୂର୍ଣ୍ଣ। ଦହିରେ ଶରୀରକୁ କ୍ୟାଲସିୟମ ମିଳିଥାଏ ଏବଂ ଦହିରେ ଉପସ୍ଥିତ ତତ୍ତ୍ୱ ଶରୀରକୁ ରୋଗ ଠାରୁ ରକ୍ଷା କରିଥାଏ। ଏମିତିରେ ଟିଫିନରେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ କିନ୍ତୁ ଟିଫିନରେ ଦହି ଖାଇବା ପୂର୍ବରୁ କିଛି କଥାକୁ ଧ୍ୟାନରେ ରଖିବା ଜରୁରୀ।

ଅଧିକାଂଶ ଲୋକ ଟିଫିନରେ ଦହି ଖାଇବାକୁ ପରାମର୍ଶ ଦେଇଥାନ୍ତି କିନ୍ତୁ କଣ ଆପଣ ଜାଣନ୍ତି ଦହି ଖାଇବା ଦ୍ୱାରା ଆପଣଙ୍କୁ ନିଦ ମଧ୍ୟ ଆସିପାରେ। ଆପଣଙ୍କୁ ଲାଗିବ କି ଏହା ଆପଣଙ୍କୁ ଆମେ କଣ କହୁଛୁ? କିନ୍ତୁ ଦହିକୁ ଆପଣ କିପରି ଭାବେ ଖାଇବେ ତାହା ଜରୁରୀ କଥା। ଆମେ ଆପଣଙ୍କୁ ଜଣାଇବୁ ଦହିକୁ ଆପଣ କିପରି ଖାଇବା ଉଚିତ।

curdଦହିକୁ ସକାଳର ଟିଫିନରେ ପରାଠା, ଚିଲ୍ଲା ଆଦି ସହିତ ନେବା ଉଚିତ। ଏହାଦ୍ୱାରା ପାଚନତନ୍ତ୍ର ମଜବୁତ ରହିଥାଏ। ଆପଣଙ୍କ ଶରୀରକୁ କାମ କରିବା ପାଇଁ ପୂରା ଦିନକୁ ଶକ୍ତି ମିଳିଥାଏ। ଏମିତିରେ ଆପଣ ଆପଣଙ୍କ ସକାଳ ଟିଫିନରେ ଗୋଟିଏ ପାତ୍ର ଦହି ସାମିଲ କରିପାରିବେ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ ରହିବ। ସକାଳ ସମୟରେ ଖଟା ଦହି ଖାଇବା ଠାରୁ ଦୂରେଇ ରୁହନ୍ତୁ। ଯଦି ଦହି ଖଟା ହୋଇଯାଇଥାଏ ତାହେଲେ ସେଥିରେ ଚିନି ପକାଇ ଖାଇପାରିବେ। କିନ୍ତୁ ଡାଇବେଟିଜ୍‌ ରୋଗୀଙ୍କୁ ଚିନି ଖାଇବା ଅନୁଚିତ।

ଖାଲି ପେଟରେ ଖାଆନ୍ତୁ ନାହିଁ ଦହି

କିଛି ଲୋକ ଜଲଦି ଜଲଦିରେ କେବଳ ଦହି ଖାଇ ବାହାରିଯାଇଥାନ୍ତି କିନ୍ତୁ କେବେ ମଧ୍ୟ ଆପଣ ଖାଲି ପେଟରେ ଦହି ଖାଆନ୍ତୁନାହିଁ। ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଁ ଆଜି ସକାଳୁ ଉଠି ପ୍ରଥମେ କିଛି ହେଲଦି ନାସ୍ତା କରି ଏହାର ପ୍ରାୟ ଅଧା ଘଣ୍ଟା ପରେ ଦହି ଖାଆନ୍ତୁ। ଯେଉଁ ଲୋକଙ୍କୁ କ୍ଷୀର ଜାତୀୟ ପ୍ରଡକ୍ଟସରେ ଗ୍ୟାସ, ପେଟ ଫୁଲିବା ଭଳି ସମସ୍ୟା ଥାଏ ସେମାନଙ୍କୁ ଦହି ନେବା ଉଚିତନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button