ବିଚାର

ଘରେ ବସି ଏହି ଉପାୟରେ କରନ୍ତୁ ହେୟାର ସ୍ପା, ମିଳିବ ଚମକଦାର ଏବଂ ମଜବୁତ କେଶ

ବର୍ଷା ଋତୁରେ ମହିଳାଙ୍କୁ ନିଜ କେଶର ଖାସ୍‌ ଯତ୍ନ ନେବା ଆବଶ୍ୟକ। କାରଣ ଏହି ସମୟରେ କେଶ ଚିପଚିପା ହୋଇଯାଏ। ନରମ ହୋଇଯିବା କାରଣରୁ କେଶ ମୂଳ ଦୁର୍ବଳ ହୋଇଯାଏ। ତେଣୁ ଏମିତିରେ ଜରୁରୀ ହୋଇଥାଏ କେଶର ଉଚିତ ଯତ୍ନ ନେବା। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଘରୋଇ ଉପାୟ। ଯାହାଦ୍ୱାରା ଆପଣ ଘରୋଇ ଉପଚାରରେ ନିଜ କେଶକୁ ସୁନ୍ଦର କରିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି।

କଦଳୀ ପେଷ୍ଟ

ନିଜ କେଶ ଲମ୍ବା ଅନୁଯାୟୀ କଦଳୀର ପେଷ୍ଟ ବନାନ୍ତୁ। ଏବେ ଏଥିରେ ଏକ ଅଣ୍ଡା କିଛି ବୁନ୍ଦା ଅଲିଭ ଅଏଲ ମିଶାଇ ଦିଅନ୍ତୁ। ଏବେ ଏହାକୁ ଭଲଭାବେ ମିକ୍ସ କରନ୍ତୁ। ଏହାକୁ କେଶରେ ଲଗାଇ ଛାଡି ଦିଅନ୍ତୁ। କେଶ ସମ୍ପୂର୍ଣ୍ଣ ଭାବରେ ସୁଖିଗଲା ପରେ ଶାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।

ମେଥି ପେଷ୍ଟ

ମେଥି ଦାନାକୁ ରାତି ସାରା ପାଣିରେ ଭିଜାଇ ରଖି ଦିଅନ୍ତୁ। ପର ଦିନ ମେଥିକୁ ପେଶି ଏହାର ପେଷ୍ଟ ବନାଇ ଦିଅନ୍ତୁ। ଏଥିରେ ଦହି ଏବଂ ମହୁ ମିଶାଇ ଦିଅନ୍‌ୁ। ଏବେ ଏହାକୁ କେଶରେ ଲଗାଇ ସୁଖିଲା ପରେ ସାମ୍ପୁ କରିଦିଅନ୍ତୁ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button