ବିଚାର

ମାତ୍ର କେଇ ମିନିଟରେ ନୂଆ ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ ମିକ୍ସଡ ଆମଲେଟ, ସ୍ୱାଦ ଏକଦମ୍‌ ଜବରଦସ୍ତ

ଆମଲେଟ ତ ଆପଣ ବହୁତ ଥର ଖାଇଥିବେ କିନ୍ତୁ ଏଥର କିଛି ନୂଆ ପ୍ରଣାଳୀରେ ମିସ୍କଡ ଆମଲେଟ ବନାଇବା ପ୍ରକ୍ରିୟା ଆପଣଙ୍କୁ ଜଣାଇବୁ। ଆପଣ ଟିଫିନରେ ନିଶ୍ଚୟ ଆମଲେଟ ବନାଇ ଖାଉଥିବେ ଆଉ ସବୁ ଦିନ ଗୋଟେ ଟାଇପର ଆମଲେଟ ଖାଇ ବୋର ହୋଇଗଲେଣି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଟେଷ୍ଟୀ ମିସ୍କଡ ଆମଲେଟ ରେସିପି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ମିକ୍ସଡ ବନାଇବା ପାଇଁ ସାମଗ୍ରୀ

ଅଣ୍ଡା-୪ଟି, ଗୋଲ ମରୀଚ ପାଉଡର, ପିଆଜ, ଗାଜର, କଞ୍ଚା ଲଙ୍କା, ଧନିଆ ପତ୍ର, ଲୁଣ ସ୍ୱାଦାନୁସାରେ, ଚାଟ ମସଲା, ଟମାଟୋ କଟା ହୋଇଥିବା।

ପ୍ରସ୍ତୁତି ପ୍ରଣାଳୀ

ମିକ୍ସଡ ଆମଲେଟ ପ୍ରସ୍ତୁତ କରିବା ପାଇଁ ଅଣ୍ଡାକୁ ଭାଙ୍ଗି ଏକ ପାତ୍ରରେ ରଖିଦିଅନ୍ତୁ। ଏଥିରେ ଗୋଲମରୀଚ ପାଉଡର ଏବଂ ଲୁଣ ପକାଇ ମିକ୍ସ କରନ୍ତୁ। ଏବେ ଏଥିରେ କାଟି ରଖିଥିବା ଗାଜର, ଧନିଆ ପତ୍ର, ବିନ୍ସ, ସିମଲା ଲଙ୍କା ଏବଂ ପିଆଜ ପକାନ୍ତୁ। ଏହାକୁ ପକାଇବା ପରେ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ। ଏବେ ପ୍ୟାନରେ ଅଣ୍ଡା ଘୋଳକୁ ପକାଇ ଦିଅନ୍ତୁ। ଏହାଉପରେ କାଟି ରଖିଥିବା ଟମାଟୋକୁ ପକାଇ ଦିଅନ୍ତୁ। ଚାରି ରୁ ପାଞ୍ଚ ମିନିଟ୍‌ ଫ୍ରାଏ କରିବା ପରେ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ଟେଷ୍ଟି ଆମଲେଟ ପ୍ରସ୍ତୁତ ହୋଇଯାଇଛି। ଏହାଉପରେ ଚାଟ ମସଲା ଏବଂ ଚଟଣୀ ପକାଇ ଗରମା ଗରମ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button