ଜୀବନଶୈଳୀ

ଜୀବନରେ ଏହି ୪ଟି ଭୁଲକୁ ଯଦି ବାରମ୍ବାର ଦୋହରାଇବେ, କର୍ମଠ ମଣିଷ ବି ଅସଫଳ ହୋଇଯିବ, ଜାଣନ୍ତୁ କ’ଣ ରହିଛି Success Mantra

ଜୀବନରେ ପ୍ରତ୍ୟେକ ମଣିଷ ସଫଳ ହେବାକୁ ଚାହାନ୍ତି। କିନ୍ତୁ ଛୋଟ ଛୋଟ ଭୁଲ ଆମକୁ ଆଗକୁ ବଢ଼ିବାକୁ ଦିଏ ନାହିଁ। ଅର୍ଥାତ ଜୀବନରେ ଅତି ଛୋଟ ଭୁଲ ବି ଆମ ପାଇଁ ଭାରି ପଡ଼ିଯାଏ। ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ନିଜ ସଫଳତାର ରଣନୀତିକୁ ଠିକ ଭାବେ ଫଲୋ କରନ୍ତି ସତ, କିନ୍ତୁ କେଉଁଠି ନା କେଉଁଠି ଭୁଲ ଯୋଗୁ ସବୁ ପରିଶ୍ରମ ପାଣି ଫୋଟକା ପରି ମିଳେଇଯାଏ। ତେବେ ଆସନ୍ତୁ ଜାଣିବା, କ’ଣ ସେ ସବୁ ଭୁଲ, ଯାହାକୁ ଆପଣ ଆଦୌ କରିବା ଉଚିତ ନୁହେଁ।

1

ନିଜ କାମକୁ ଘୁଞ୍ଚାଇ ଦେବା

ବହୁତ ଲୋକ ଅଛନ୍ତି, ନିଜ କାମକୁ ପ୍ରାଥମିକତା ଦେଇ ନ ଥାନ୍ତି, ଯାହାଫଳରେ ସେମାନେ ତାହାକୁ କାଲି କରିବି କହି ଘୁଞ୍ଚାଇ ଦିଅନ୍ତି। ଏହି ଅଭ୍ୟାସ ଆପଣଙ୍କୁ ସଫଳତାରୁ ଦୂରକୁ ନେଇଯିବ।

ଅସଫଳତାକୁ ନେଇ ନିରାଶ ହୋଇ ବସିବା

ଯେତେବେଳେ ଆପଣ କୌଣସି କାମରେ ଅସଫଳ ହୋଇଯିବେ, ସେହି ସମୟରେ କଦାପି ଚିନ୍ତିତ ହୋଇପଡିବେ ନାହିଁ କିମ୍ବା ହାର ମାନିଯିବେ ନାହିଁ। ବରଂ ଆଉଥରେ ପ୍ରୟାସ କରିବେ। ଅସଫଳତା ଯୋଗୁ ନିରାଶ ହୋଇ ବସିଲେ ଆଉ ଆଗକୁ ବଢ଼ିପାରିବେ ନାହିଁ, ଯାହାଫଳରେ ଆପଣ ହାରିଯିବେ।

3

ଆତ୍ମବିଶ୍ବାସୀ ନ ହେବା

ଅସଫଳ ହେଲେ ମନ ଉଣା କରନ୍ତୁ ନାହିଁ, ବରଂ ଆଶା ରଖି ଆଗକୁ ପାଦ ପକେଇ ଚାଲନ୍ତୁ। ଅସଫଳ ହେଲେ ହିଁ ସେଇଠୁ କିଛି ଶିଖିବାକୁ ଆମକୁ ମିଳିଥାଏ। ମନରେ ଆହୁରି ନୂତନ ଆଶା ସଂଚାର କରି ଜୀବନର ପଥେ ଆଗେଇ ଚାଲନ୍ତୁ ଏବଂ ଆତ୍ମବିଶ୍ବାସୀ ହୁଅନ୍ତୁ।

6

ପଇସା ପଛରେ ଗୋଡ଼ାଇବା

ଜୀବନରେ ପଇସା ବହୁତ କିଛି ଅଟେ, ତଥାପି ତାହା ସବୁକିଛି ନୁହେଁ। ସବୁବେଳେ ପଇସା ପଛରେ ଧାଇଁବା ବନ୍ଦ କରିଦିଅନ୍ତୁ। ଜୀବନରେ ନିଜର ପ୍ରାଥମିକତା ରଖନ୍ତୁ। ପଇସାକୁ ପ୍ରାଥମିକତା ଦିଅନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button