ଦେଶ ବିଦେଶ

କେଶର ସବୁ ସମସ୍ୟାକୁ ମାତ୍‌ ଦେବ ସୋୟାବିନ, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

ସୋୟାବିନରେ ସବୁଠାରୁ ଅଧିକ ପ୍ରୋଟିନ ଏବଂ ଫାଇବର ରହିଥାଏ। ପ୍ରୋଟିନ ସହିତ ଏଥିରେ ଭିଟାମିନ, ଖଣିଜ ଏବଂ ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଭିଟାମିନ ଇ ଭରପୂର ମାତ୍ରାରେ ରହିଛି। ସୋୟାବିନ୍‌ରେ କ୍ଷୀର, ଅଣ୍ଡା ତଥା ମାଂସ ଠାରୁ ଅଧିକ ପ୍ରୋଟିନ ରହିଥାଏ। ସୋୟାବିନରେ ଲାଭଦାୟକ ରସାୟନ ତଥା, ସେପୋନିନ, ସାଇଟୋଷ୍ଟରୋଲ ତଥା ଫେନୋଲିକ ଏସିଡ ଭଳି ତତ୍ତ୍ୱ ହେବା କାରଣରୁ ତ୍ୱଚା ଏବଂ କେଶ ପାଇଁ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବ କେଶ ଏବଂ ତ୍ୱଚା ପାଇଁ କିପରି ଫାଇଦାଯୁକ୍ତ…

– ଚୋପା ଲଗା ସୋୟାବିନ ଖାଇବା ଦ୍ୱାରା ରୁକ୍ଷ ଏବଂ ଶୁଷ୍କ ତ୍ୱଚାରେ ନମନୀୟତା ଆସିବା ସହିତ ତ୍ୱଚାରୁ ଅତିରିକ୍ତ ତଲେ ସଫା କରିଥାଏ। ଏହା ପ୍ରତ୍ୟେକ ତ୍ୱଚା ପାଇଁ ଲାଭଦାୟକ ହୋଇଥାଏ।

oil 1

– ସୋୟାବିନ ଖାଇବା ଦ୍ୱରା ତ୍ୱଚାରେ ଥିବା କଳାଦାଗ, ଭାଙ୍ଗ ଏବଂ ଫାଇନ ଲାଇନ କମ୍‌ ହେବାକୁ ଲାଗିଥାଏ। ଏଥିରେ ଥିବା ଫିଟୋଏଷ୍ଟ୍ରାଜେନ ଶରୀରକୁ ଏଷ୍ଟ୍ରାଜେନ ହେବାକୁ ଲାଗିଥାଏ। ଯାହା ଫଳରେ ଭାଙ୍ଗ ଏବଂ ଫାଇନ ଲାଇନ କମ୍‌ ହୋଇଥାଏ।

 

– କିଛି ଦିନ ପାଇଁ ଭୋଜନରେ ସୋୟାବିନକୁ ସାମିଲ କରନ୍ତୁ। ଏହାକୁ ଖାଇବା ପରେ ଭାଙ୍ଗୁଥିବା ନଖ ଠିକ୍‌ ହେବାକୁ ଲାଗିଥାଏ। ଏମିତି କଲେ ନଖ ମଜବୁତ ହେବା ସହିତ ଚମକ ଆସିଥାଏ।

soya

– ସୋୟାବିନ୍‌ କେଶରେ ଚମକ ଆଣିଥାଏ। ସୋୟାବିନ ଖାଇବା ଦ୍ୱାରା କେଶ ମଜବୁତ ହେବା ସହିତ ନରମ ହୋଇଥାଏ। ଏହା ସହିତ ଦୋମୁହାଁ କେଶ ହଟିବା ସହିତ ମୁଲାୟମ ଏବଂ ଉଜ୍ୱଳ ହୋଇଥାଏ।

– ସୋୟାବିନ ଚନ୍ଦାପଣ ଏବଂ କେଶ ଝଡିବାକୁ ରୋକିଥାଏ। କେଶରେ ସୋୟାବିନ ତେଲ ଲଗାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button