ବିଚାର

ହଠାତ୍‌ ଆପଣଙ୍କ ବିପି ଲୋ ହେଇଯାଉଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଲୋ ବ୍ଳଡ ପ୍ରେସର, ହାଇପରଟେନସନ୍‌ ଦ୍ୱାରା ଶରୀରରେ ରକ୍ତ ସଂଚାଳନ କମ ହୋଇଯାଇଥାଏ। ଯାହା ଫଳରେ ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ଏବଂ ନିଶ୍ୱାସ ନେବାରେ ସମସ୍ୟା ଦେଖାଦେବା ଭଳି ଅନେକ ସମସ୍ୟା ଦେଖାଯାଇଥାଏ। କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଏଭଳି ପରିସ୍ଥିତିରେ ସର୍ବପ୍ରଥମେ କ’ଣ କରିବା ଉଚିତ? ଏନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ ପ୍ରଥମେ କ’ଣ କରିବା ଆବଶ୍ୟକ।

-ବିପି ଲୋ (Low BP) ହେବା ଦ୍ୱାରା ସର୍ବପ୍ରଥମେ ଘରୋଇ ଉପଚାର ରୂପେ ପାଣିରେ ଅଳ୍ପ ଲୁଣ ମିଶାଇ ପିଅନ୍ତୁ କାରଣ ଳୁଣରେ ଥିବା ସୋଡିୟମ ବ୍ଲଡ ପ୍ରେସର ବଢାଇବାରେ ସାହାଯ୍ୟ କରିଥାଏ। ଯେପରି ଅଧିକ ମାତ୍ରାରେ ବ୍ୟବହାର ନକରନ୍ତି ସେଥିପ୍ରତି ଧ୍ୟାନ ରଖନ୍ତୁ। ଅଧିକ ମାତ୍ରାରେ ଲୁଣ ଶରୀର ପାଇଁ ଠିକ୍‌ ନୁହେଁ।

salt_water-ଯଦି କୌଣସି ବ୍ୟକ୍ତିଙ୍କର ହଠାତ୍‌ ବିପି ଲୋ ହୋଇଯାଏ କିମ୍ବା ମୁଣ୍ଡ ବୁଲାଇଥାଏ ବା ଶରୀରରେ ଝିମିଝିମ୍‌ ଅନୁଭବ ହୋଇଥାଏ, ହାତ-ଗୋଡ କମ୍ପନ ହୋଇଥାଏ ତେବେ ଆପଣ ପ୍ରଥମେ ସେହି ବ୍ୟକ୍ତିଙ୍କୁ ଇଲେକ୍ଟ୍ରୋଲ ପାଉଡର କିମ୍ବା ଚିନି-ଲୁଣ ମିଶାଇ ପାଣି ପିଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ।

low bp-ଏକ କପ କଫି, ହଟ୍‌ ଚକୋଲେଟ୍‌ କିମ୍ବା କୈଫିନ୍‌ ଥିବା ଜିନିଷ ଖାଇବା ଦ୍ୱାରା ଲୋ ବିପି ତୁରନ୍ତ କଣ୍ଟ୍ରୋଲ ହୋଇଥାଏ। ଯଦି ଲୋ ବିପିର ସମସ୍ୟା ଅନେକ ଦିନ ଧରି ଚାଲିଥାଏ ତେବେ ଆପଣ ନିଶ୍ଚୟ ସକାଳର ଜଳଖିଆ ପରେ ଏକ କପ୍‌ କଫି ପିଅନ୍ତୁ।

-ଯଦି ଏସବୁ ମଧ୍ୟରୁ କିଛି ସମ୍ଭବ ହୋଇନଥାଏ ତେବେ ଆପଣ ତୁରନ୍ତ କିଛି ମିଠା କିମ୍ବା ଲୁଣିଆ ଜିନିଷ ଖାଇଦିଅନ୍ତୁ। ଏହା ମଧ୍ୟ ଆପଣଙ୍କ ଲୋ ବିପି ସମସ୍ୟାକୁ ବହୁତ ଜଲଦି ଠିକ୍‌ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button