ସ୍ୱାସ୍ଥ୍ୟ

ସକାଳେ ୫ ମିନିଟ୍‌ କରନ୍ତୁ ସୂର୍ଯ୍ୟସ୍ନାନ, ଭଲ ହେବ ଏହିସବୁ ପୁରୁଣା ରୋଗ

ସୂର୍ଯ୍ୟ ହେଉଛନ୍ତି ଅସରନ୍ତି ଶକ୍ତିର ଉତ୍ସ। କୌଣସି ରୋଗକୁ ମୂଳରୁ ଶେଷ କରିବା କ୍ଷମତା ସୂର୍ଯ୍ୟକିରଣର ରହିଛି। ସୂର୍ଯ୍ୟକିରଣକୁ ଜୀବନ ପ୍ରଦାନକାରୀ ମଧ୍ୟ କୁହାଯାଏ। ତେବେ କଅଁଳ ଖରା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବା ବେଳେ ଟାଣ ଖରା ତ୍ୱଚାକୁ କଳା କରିଦିଏ। ସୂର୍ଯ୍ୟକିରଣରେ ଥିବା ଅତିବାଇଗଣି ରଶ୍ମି ଶରୀର ପାଇଁ କ୍ଷତିକାରକ ହୋଇଥାଏ। ମାତ୍ର କିଛି ସମୟ ଖରାର ରହିବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ।

ସ୍ୱାସ୍ଥ୍ୟକାରୀ ସୂର୍ଯ୍ୟକିରଣ

ଉଭୟ ମନ ଓ ଶରୀରକୁ ନିରୋଗ ରଖିବା ଲାଗି ସୂର୍ଯ୍ୟକିରଣ ସାହାଯ୍ୟ କରେ। ସକାଳର ସୂର୍ଯ୍ୟକିରଣରୁ ଭିଟାମିନ୍‌ ଡି ମିଳିଥାଏ। ଏଣୁ ଭୋର୍‌ରୁ ସୂର୍ଯ୍ୟକିରଣରେ କିଛି ସମୟ ଠିଆ ହେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଶରୀରର ବିଭିନ୍ନ ରୋଗ ଭଲ କରିବାରେ ଏହା ସହାୟକ ହୋଇଥାଏ।

ସକାଳେ ସୂର୍ଯ୍ୟୋଦୟ ସମୟରେ କମ୍‌ସେ କମ୍‌ ୫ ମିନିଟ୍‌ ବାହାରେ ବସନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଔଷଧ ଭଳି କାମ କରିଥାଏ। ସୂର୍ଯ୍ୟସ୍ନାନ କରିବା ଦ୍ୱାରା ଟିବି ଓ କ୍ୟାନସର ଭଳି ରୋଗ ଭଲ ହୋଇଥାଏ।

ରକ୍ତ ସଞ୍ଚାଳନକୁ ନିୟନ୍ତ୍ରିତ କରିବା ପାଇଁ ଶରୀରରେ ଗରମ ବା ଉର୍ଜାର ଆବଶ୍ୟକତା ରହିଛି। ଶରୀର ଉଷୁମ ରହିଲେ ଶିରା ପ୍ରଶିରା ସଙ୍କୋଚିତ ହୋଇନଥାଏ। ଫଳରେ ରକ୍ତ ସଞ୍ଚାଳନ ସ୍ୱାଭାବିକ ଭାବେ ହୋଇଥାଏ। ସେହିପରି ସୂର୍ଯ୍ୟକିରଣ ଦ୍ୱାରା ଆଜ୍‌ମା ମଧ୍ୟ ଭଲ ହୋଇଥାଏ। ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାରେ ମଧ୍ୟ ସୂର୍ଯ୍ୟକିରଣ ସାହାଯ୍ୟ କରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button