ବିଚାର

ମନ୍ତ୍ର ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଗାୟତ୍ରୀ ମନ୍ତ୍ର: ଏହି ନିୟମ ପାଳନ କରି ଜପ କରନ୍ତୁ ତା’ ପରେ ପ୍ରଭାବ ଦେଖନ୍ତୁ

ଗାୟତ୍ରୀ ମନ୍ତ୍ରରୁ ହିଁ ବେଦର ରଚନା କରାଯାଇଛି। ମନ୍ତ୍ର ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର। ଏହା ଯଜୁର୍ବେଦ ଏବଂ ଋଗ ର୍ବେଦ ଦୁଇଟି ଭାଗକୁ ନେଇ ଗଠିତ। ଏହି ମନ୍ତ୍ର ଜପ କରିବା ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ଦୁଇ ପ୍ରକାରର ଉପଲବ୍ଧ ପ୍ରାପ୍ତି ହୋଇଥାଏ। ଶିକ୍ଷା, ଏକାଗ୍ରତା ଏବଂ ଜ୍ଞାନ ପାଇଁ ଗାୟତ୍ରୀ ମନ୍ତ୍ରକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଶାସ୍ତ୍ର ଅନୁଯାୟୀ, ଆକାଶବାଣୀରୁ ହିଁ ସୃଷ୍ଟିର ରଚୟିତାଙ୍କୁ ଗାୟତ୍ରୀ ମନ୍ତ୍ର ପ୍ରାପ୍ତ ହୋଇଥିଲା। ଗାୟତ୍ରୀ ମନ୍ତ୍ରୀକୁ ସମସ୍ତ ମନ୍ତ୍ର ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ବିବେଚନା କରାଯାଏ । ତେବେ ଏହି ମନ୍ତ୍ର ଜପ କରିବାର କିଛି ନିୟମ ଅଛି, ତାହେଲେ ଯାଇ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ।

ଗାୟତ୍ରୀ ମନ୍ତ୍ର କେତେବେଳେ ଜପ କରିବେ ?

ସୂର୍ଯ୍ୟୋଦୟ ପୂର୍ବରୁ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ୍। ସୂର୍ଯ୍ୟୋଦୟ ପରେ ଅଳ୍ପ ସମୟ ପର୍ଯ୍ୟନ୍ତ କରିପାରିବେ। ଯଦି ଆପଣ ତୃତୀୟ ଥର ଗାୟତ୍ରୀ ମନ୍ତ୍ର ଜପ କରିବାକୁ ଚାହାଁନ୍ତି, ତେବେ ସୂର୍ଯ୍ୟାସ୍ତ ପୂର୍ବରୁ ଏହା କରନ୍ତୁ ।

mantra

ଗାୟତ୍ରୀ ମନ୍ତ୍ର ପାଠ କରିବାର ନିୟମ :

ଗାୟତ୍ରୀ ମନ୍ତ୍ର ଜପ କୌଣସି ଜଣେ ଗୁରୁଙ୍କ ମାର୍ଗଦର୍ଶନରେ କରାଯିବା ଉଚିତ୍। ଗାୟତ୍ରୀ ମନ୍ତ୍ର ଜପ କରୁଥିବା ବ୍ୟକ୍ତିଙ୍କ ଖାଦ୍ୟ ଶୁଦ୍ଧ ଏବଂ ପବିତ୍ର ହେବା ଉଚିତ୍ । ଯେଉଁମାନଙ୍କ ପାଖରେ ସାତ୍ତ୍ବିକ ଖାଦ୍ୟ ଏବଂ ପାନୀୟ ନାହିଁ, ସେମାନେ ମଧ୍ୟ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ । କୁଶ କିମ୍ବା ଚଟ ବା ଆସନ ଉପରେ ବସି ଜପ କରନ୍ତୁ । ତୁଲସୀ କିମ୍ବା ଚନ୍ଦନ ମାଳା ବ୍ୟବହାର କରନ୍ତୁ । ବ୍ରହ୍ମମୁହୂର୍ତ୍ତ ଯଥା ସକାଳେ ପୂର୍ବ ଦିଗ ଆଡକୁ ମୁହଁ କରି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ସନ୍ଧ୍ୟାରେ ପଶ୍ଚିମ ଦିଗକୁ ମୁହଁ କରି ଜପ କରନ୍ତୁ। ଏହି ମନ୍ତ୍ରର ମାନସିକ ଜପ ଯେକୌଣସି ସମୟରେ କରାଯାଇପାରିବ ।

mantra 11

ଏହି ମନ୍ତ୍ର ବିଷୟରେ ଯେତେ ବି ଗୁଣଗାନ କଲେ କମ୍‌ ପଡିଥାଏ। ଏହି ମନ୍ତ୍ରରେ ଏପରି ଶକ୍ତି ରହିଛି, ଯାହା ଆପଣଙ୍କ ଜୀବନର ପ୍ରତିଟି ସମସ୍ୟାକୁ ଦୂର କରିପାରିବ। ପିଲାମାନଙ୍କ ପାଇଁ ଏହାକୁ ନିୟମିତ ଜପ କରିବା ବହୁତ ଲାଭକାରୀ ହୋଇଥାଏ। ବିଦ୍ୟାର୍ଥୀଙ୍କ ପାଇଁ ଏହା ମହାମନ୍ତ୍ର ହୋଇଥାଏ। ଯାହାଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button