ଜୀବନଶୈଳୀ

ସୂର୍ଯ୍ୟ ଉଦୟ ହେଲେ କରନ୍ତୁ ଏହି ୪ଟି କାମ, ଜୀବନରେ କେବେ ବି ରହିବନି ଧନର ଅଭାବ

ସୂର୍ଯ୍ୟ ଉଦୟ ହେଲେ ଏକ ନୂଆ ଦିନର ଆରମ୍ଭ ହୋଇଥାଏ। ଯଦି ସକାଳୁ ସକାଳୁ ଏମିତି କିଛି କାମ କରାଯାଏ, ତେବେ ନା କେବଳ ନକାରାତ୍ମକ ଶକ୍ତି ଦୂରେଇ ଯାଏ, ବରଂ ମା’ ଲକ୍ଷ୍ମୀଙ୍କ କୃପା ମଧ୍ୟ ସଦା ସର୍ବଦା ଆମ ଘର ଉପରେ ରହିଥାଏ। ଆସନ୍ତୁ ଜାଣିବା କ’ଣ ସେହି ୪ଟି କାମ ଯାହାକୁ ଆମେ ସକାଳୁ ଉଠି କରିବା ଉଚିତ।

hhn

୧. ସକାଳେ ସ୍ନାନ ପରେ ଏକ ତମ୍ବା ପାତ୍ରରେ ଜଳ ଭରନ୍ତୁ ଏବଂ ସେଥିରେ ଏକ ତୁଳସୀ ପତ୍ର ପକାନ୍ତୁ। ଏହି ପାଣିକୁ ଘରର ସବୁ ବଖରା ଏବଂ ମୁଖ୍ୟ ଦ୍ୱାରରେ ସିଞ୍ଚନ କରନ୍ତୁ। କୁହାଯାଏ, ଘରର ନେଗେଟିଭ ଏନର୍ଜିକୁ ଦୂର କରିବାରେ ଏହା ଏକ ଭଲ ଉପାୟ।

୨. ପ୍ରତ୍ୟେକ ସକାଳେ ତୁଳସୀ ଚଉରା ମୂଳେ ଜଳ ଚଢାଇବା ଉଚିତ। ଜଳ ଚଢାଇବା ବେଳେ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ‘ଓଁ ନମୋ ଭାଗବତେ ବାସୁଦେବାୟ ନମଃ’ ଜପ କରିବା ଉଚିତ।

nn

୩. ସବୁଦିନ ସକାଳେ ଘର ଠାକୁର ଘରେ ଘିଅ ଦୀପ ଜଳାନ୍ତୁ। ଅଗ୍ନି ଶକ୍ତିର ପ୍ରତୀକ ଏବଂ ଦେବତାମାନଙ୍କର ପ୍ରିୟ। ଦୀପ ଜଳାଇବା ଦ୍ୱାରା ଘରେ ଭଗବାନ ପ୍ରସନ୍ନ ହୋଇଥାନ୍ତି।

୪. ସକାଳେ ଘର ବାହାରେ ରଙ୍ଗୋଲି ପକାଇବା ଉଚିତ। ମାନ୍ୟତା ରହିଛି, ରଙ୍ଗୋଲି ଦ୍ୱାରା ମା’ ଲକ୍ଷ୍ମୀ ଏବଂ ଅନ୍ୟ ଦେବୀ ଦେବତା ଆମ ଘର ଆଡ଼କୁ ଆକର୍ଷିତ ହୋଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button