ବିଚାର

ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ରହିଛନ୍ତି କି? ଏମିତି ୩ଟି ଉପାୟରେ କରନ୍ତୁ ମଜବୁତ, ଚମକିବ ଭାଗ୍ୟ

ସୂର୍ଯ୍ୟ ମଣିଷ ଭାଗ୍ୟର ସବୁଠାରୁ ମହତ୍ୱପୂର୍ଣ୍ଣ ଗ୍ରହ। ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଭଲରେ ଥାନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ସୂର୍ଯ୍ୟ ଗ୍ରହ ଠିକ୍‌ ଥିଲେ ବ୍ୟକ୍ତିଙ୍କ ଉଚ୍ଚ ପଦ ପ୍ରତିଷ୍ଠା ଏବଂ ନାମ, ଯଶ ମିଳିଥାଏ। ସୂର୍ଯ୍ୟ ଦୁର୍ବଳ ହୋଇଥିଲେ ବ୍ୟକ୍ତିଙ୍କ ଭାଗ୍ୟ ଖରାପ ଚାଲିଥାଏ। ବ୍ୟକ୍ତି ଜୀବନରେ ବହୁତ ସାଧାରଣ ସ୍ତରରେ ରହିଥାଏ। ତାଙ୍କୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ଏଥରୁ କିପରି ମୁକୁଳିବା…

– ସର୍ବଦା ତାଜା ଭୋଜନ ଖାଇବାକୁ ଚେଷ୍ଟା କରନ୍ତୁ। ସୂର୍ଯ୍ୟାସ୍ତ ପରେ କେବେ ବି ଭାରି ଭୋଜନ କରନ୍ତୁ ନାହିଁ। ଖାଦ୍ୟରେ ଗୁଡର ଅଧିକ ପ୍ରୟୋଗ କରନ୍ତୁ। ଦଲିୟା ଓ ଗହମରେ ପ୍ରସ୍ତୁତ ଖାଦ୍ୟ ଖାଇବା ସହିତ ତମ୍ବା ପାତ୍ରରେ ପାଣି ପିଅନ୍ତୁ।

kundali

– ସର୍ବଦା ନିଜ ଠାରୁ ବଡ କିମ୍ବା ଗୁରୁଜନଙ୍କ ପ୍ରତି ବ୍ୟବହାର ଠିକ୍‌ ରଖନ୍ତୁ। ସବୁବେଳେ ନିଜ ବାପାଙ୍କ ସମ୍ମାନ କରନ୍ତୁ। ଯଦି କିଏ ଆପଣଙ୍କ ସାମ୍ନାରେ ସହାୟତା ପାଇଁ ହାତ ପତାଏ, ତେବେ ତାର ଯଥାଶକ୍ତି ସହାୟତା କରନ୍ତୁ। ଘର ଭିତରେ ଥିବା ଗଛକୁ କେବେ ବି ଶୁଖିବାକୁ ଦିଅନ୍ତୁ ନାହିଁ। ଘରୁ ବାହାରିବା ସମୟରେ ଗୁଡ ଖାଇ ବାହାରନ୍ତୁ।

– କାଠର ଫର୍ଣ୍ଣିଚର ବ୍ୟବହାର କରନ୍ତୁ। ଏମିତି ଘରେ ରୁହନ୍ତୁ, ଯେଉଁଠାରେ ସୂର୍ଯ୍ୟ କିରଣ ପଡୁଥିବ। ତମ୍ବାର ଜିନିଷ କିଛି ବି ପିନ୍ଧନ୍ତୁ। ସବୁବେଳେ ଲାଲ ରଙ୍ଗର ରୁମାଲ ସାଥିରେ ରଖନ୍ତୁ। ଘରେ ବେଲ ଗଛ ଲଗାଇ ଜଳ ଅର୍ପଣ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button