ବିଚାର

ତ୍ୱଚା ଏବଂ କେଶ ପାଇଁ ରାମବାଣ ସଦୃଶ କର୍ପୂର, ଜାଣନ୍ତୁ ବ୍ୟବହାର କରିବାର ସଠିକ୍‌ ଉପାୟ

ସାଧାରଣତଃ କର୍ପୂର ଠାକୁରଙ୍କ ପୂଜାରେ ବ୍ୟବହାର କରାଯାଇଥାଏ। ଏଥିସହ ଘରେ ଏହାର ଧୂଆଁ ଦେବା ଦ୍ୱାରା ସକାରାତ୍ମକ ପ୍ରଭାବ ପଡିଥାଏ। କିନ୍ତୁ ପୋଷକ ତତ୍ତ୍ୱରେ ଭରପୁର ଥିବା କର୍ପୂର ତ୍ୱଚା ଏବଂ କେଶର ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ, ଯାହା ବିଷୟରେ ଖୁବ୍‌ କମ ଲୋକ ଜାଣିଥିବେ। ଏହାକୁ କେଶରେ ଲଗାଇବା ଦ୍ୱାରା କେଶ ଝଡିବା, ରୂପି ସମସ୍ୟା, କୁଣ୍ଡେଇ ହେବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିସହ ତ୍ୱଚା ଜନିତ ସମସ୍ୟା ବ୍ରଣ, ଦାଗ, ସନଟ୍ୟାନ୍‌ ସମସ୍ୟା ଦୂର କରିବା ସହ ତ୍ୱଚା କୋମଳ କରିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ବ୍ୟବହାର।

camphor1-ନଡିଆ ତେଲରେ କର୍ପୂର ମିଶାଇ ପ୍ରଭାବିତ ହୋିଥିବା ସ୍ଥାନରେ ମାଲିସ କରିବା ଦ୍ୱାରା ସଂକ୍ରମଣ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଶରୀରରେ ଦେଖାଯାଉଥିବା କୁଣ୍ଡେଇ ସମସ୍ୟା, ରେଡନେସ୍‌ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।

-କର୍ପୂରକୁ କୌଣସି ତେଲରେ ମିଶାଇ ଜଳିଥିବା ସ୍ଥାନରେ ଲଗାଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ। ଏପରି କରିବା ଦ୍ୱାରା ସଂକ୍ରମଣର ଭୟ ଦୂର ହେବା ସହ ଦାଗ ଦୂର ହୋଇଥାଏ।

-ଅଧିକାଂଶ ମହିଳାଙ୍କ ପାଖରେ ରୂପି ସମସ୍ୟା ଦେଖାଯାଇଥାଏ। ଏଥିପାଇଁ କର୍ପୂର ବ୍ୟବହାର କରିବା ଲାଭଦାୟକ ହୋଇଥାଏ। ଏହାକୁ ବ୍ୟବହାର କରିବା ପାଇଁ ଆପଣ ନିଜ କେଶ ଅନୁଯାୟୀ ତେଲ ନେବା ସହ ୧ ରୁ ୨ଟି କର୍ପୂର ଗୁଣ୍ଡ କରି ସେଥିରେ ମିଶାଇ ହାଲୁକା ଗରମ କରିଦିଅନ୍ତୁ। ଏହାପରେ ଏହାକୁ କେଶର ମୂଳରେ ମସାଜ କରି ୧ଘଣ୍ଟା ରଖିବା ପରେ ଶାମ୍ପୂ କରିଦିଅନ୍ତୁ।

camphor2-କର୍ପୂରରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ବ୍ୟାକ୍ଟେିଆଲ ଗୁଣ ତ୍ୱଚାକୁ ପୋଷଣ ଦେବା ସହ ବ୍ରଣ, କଳାଦାଗ, ତ୍ୱଚାର କୁଞ୍ଚନ ପ୍ରକ୍ରିୟାକୁ ଦୂର କରିବାରେ ଲାଭକାରୀ ହୋଇଥାଏ। ଏହି ସମସ୍ୟା ଦୂର କରିବା ପାଇଁ ଆପଣ ନଡିଆ ତେଲରେ ୧ ରୁ ୨ଟି କର୍ପୂର ଗୁଣ୍ଡ କରି ପ୍ରଭାବିତ ହୋଇଥିବା ସ୍ଥାନରେ ଲଗାଇ ୫ ରୁ ୧୦ ମିନିଟ୍‌ ରଖିବା ପରେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ।

-ଗୋଡ ଫଟା ସମସ୍ୟା ପାଇଁ କର୍ପୂର ରାମବାଣ ସଦୃଶ। ଏହାକୁ ବ୍ୟବହାର କରିବା ପାଇଁ ଆପଣ ଏକ ଟପ୍‌ ହାଲୁକା ଉେୁମ ପାଣିରେ କର୍ପୂର ଏବଂ ଅଳ୍ପ ଲୁଣ ପକାଇ ଗୋଡ ବୁଡାଇ ରଖନ୍ତୁ। ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ପାଦ ବୁଡାଇ ରଖିବା ପରେ ହାଲୁକା ହାତରେ ମସାଜ୍‌ କରି ସଫା ପାଣିରେ ପାଦକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ହେଡ୍‌ ସ୍କିନ୍‌ ରିମୁଭ୍‌ ହେବା ସହ ପାଦ କୋମଳ ଏବଂ ସୁନ୍ଦର ଦେଖାଯାଇଥାଏ।

-ଏସବୁ ବ୍ୟତୀତ ଅନେକ ଘଣ୍ଟା ବସି କାମ କରିବା ଦ୍ୱାରା ଶରୀରରେ ଦୁର୍ବଳ ଅନୁଭବ ହୋଇଥାଏ। ଏଥିପାଇଁ ଆପଣ ପାଣିରେ କର୍ପୂର ପାଉଡର ମିଶାଇ ଗାଧୋଇବା ଦ୍ୱାରା ଆରାମ ମିଳିବା ସହ ଫ୍ରେଶ୍‌ ଫିଲ୍‌ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button