ବିଚାର

ଭୁଲରେ ବି ଗ୍ରୀନ୍‌ ଟିରେ ମିଶାନ୍ତୁନି ଏହି ଦୁଇଟି ଜିନିଷ, ଶରୀର ଉପରେ ପଡ଼ିପାରେ କୁପ୍ରଭାବ

ଅଧିକାଂଶ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ତଥା ମେଟାବଲିଜମ୍‌ ବଢ଼ାଇବା ପାଇଁ ଗ୍ରୀନ୍‌ ଟି ସେବନ କରିଥାନ୍ତି। ଗ୍ରୀନ୍‌ ଟିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏ, ଡି, ଇ, ସି, ବି, ବି ୫, ଏଚ୍‌ ଓ କେ ରହିଥାଏ। ଏହା ବ୍ୟତୀତ ଏଥିରେ ଭରପୁର ମାଙ୍ଗାନିଜ୍‌, ଜିଙ୍କ୍‌, କ୍ରୋମିୟମ୍‌ ଓ ସେଲେନିୟମ୍‌ ସହ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଗ୍ରୀନ୍‌ ଟି ପିଇବା ଓ ତିଆରି କରିବାର ସଠିକ୍‌ ତରିକା ଜଣାନଥିଲେ ଶରୀର ଉପରେ କୁପ୍ରଭାବ ପଡ଼ିପାରେ।

ଗ୍ରୀନ୍‌ ଟିର ସ୍ୱାଦ କଷା ଲାଗୁଥିବାରୁ ଏହାକୁ ପିଇ ହୁଏ ନାହିଁ। ଏଣୁ କିଛି ଲୋକ ଏଥିରେ ଚିନି ମିଶାଉଥିବା ବେଳେ ଆଉ କିଛି ମହୁ ପକାଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦୁଇଟି ଜିନିଷ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଓଜନ କମ୍‌ କରିବାକୁ ଚାହୁଁଥିଲେ ଏହି ଦୁଇଟି ଦ୍ରବ୍ୟ ଆଦୌ ସେବନ କରନ୍ତୁ ନାହିଁ। କାରଣ ଏହା ଦ୍ୱାରା ଶରୀରରେ କ୍ୟାଲୋରୀର ପରିମାଣ ବୃଦ୍ଧି ପାଇଥାଏ। ଏଥିସହ ଗ୍ରୀନ୍‌ ଟିରେ କେବେ ବି କ୍ଷୀର ପକାଇ ପିଅନ୍ତୁ ନାହିଁ। ଏହା ଗ୍ରୀନ୍‌ ଟିର ଗୁଣବତ୍ତାକୁ କମାଇ ଦିଏ।

Greentea

ଗ୍ରୀନ୍‌ ଟି ପିଇବାର ସଠିକ୍‌ ପଦ୍ଧତି:

  • ଗ୍ରୀନ୍‌ ଟିକୁ କେବେ ବି ଫୁଟାନ୍ତୁ ନାହିଁ। ଏହାକୁ କେବଳ ଗରମ ପାଣିରେ ପକାଇ ପିଅନ୍ତୁ।
  • ଗ୍ରୀନ୍‌ ଟି ପତ୍ର ବ୍ୟବହାର କରୁଥିଲେ ମାତ୍ର ୩ ମିନିଟ୍‌ ପାଇଁ ଫୁଟାନ୍ତୁ। ପରେ ଛାଣିକି ପିଅନ୍ତୁ।
  • ଗ୍ରୀନ୍‌ ଟି ବ୍ୟାଗ୍‌ ବ୍ୟବହାର କରୁଥିଲେ ଗରମ ପାଣିରେ ବ୍ୟାଗ୍‌କୁ ପକାନ୍ତୁ। ୪-୫ ମିନିଟ୍‌ ପରେ ବ୍ୟାଗ୍‌ ବାହାର କରିଦିଅନ୍ତୁ। ଏହା ପରେ ସେବନ କରନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button