ସ୍ୱାସ୍ଥ୍ୟ

ଆଚାର ବା ଚଟଣୀ ? ଶରୀର ପାଇଁ କଣ ଖାଇବା ଅଧିକ ଲାଭ

ବିନା ଚଟଣୀ ଏବଂ ଆଚାରରେ ଜଣେ ଭାରତୀୟର ଖାଇବା ଥାଳୀ ଅଧୁରା ରହିଥାଏ। ଯେପର‌୍ୟ୍ୟନ୍ତ ଖାଇବା ସହ ଚଟଣୀ ବା ଆଚାର ନଥାଏ ସେପର‌୍ୟ୍ୟନ୍ତ ଖାଇବାର ସ୍ବାଦ ଆସିନଥାଏ। କିନ୍ତୁ କିଛି ବ୍ୟକ୍ତି ନିଜ ଡାଏଟକୁ ନେଇ ଖୁବ ଚିନ୍ତିତ ରହିଥାନ୍ତି। ଯାହା ଫଳରେ ସମାନେ ଆଚାର ଏବଂ ଚଟଣୀ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରେ ରହିଛନ୍ତି ଯାହାଙ୍କୁ ଚଟଣୀ ଏବଂ ଆଚାର ଖାଇବା ଖରାପ ଏବଂ ସ୍ବାସ୍ଥ୍ୟା ପ୍ରତି ହାନିକାରକ ଲାଗୁଛି ତେବେ ଆଜି ଆମେ ଏହାର ଉତ୍ତର ଆପଣଙ୍କ ପାଇଁ ଆଣିଛୁ।

pickle

ବିଶେଷଜ୍ଞଙ୍କ କହିବାନୁଯାୟୀ ସମସ୍ତ ବ୍ୟକ୍ତିଙ୍କୁ ଦୈନିକ କିଛି ପରିମାଣର ସସ୍ , ଆଚାର ବା ଚଟଣୀ ଖାଇବା ଉଚିତ୍। ଖାସ କରି ଆଚାର। କାରଣ ଆଚାରରେ ବିଭିନ୍ନ ପ୍ରକାରର ଜିନିଷ ମିଶିଥାଏ। ଯାହା ଆମ ଶରୀରରେ ପ୍ରବେଶ କରିବା ସହ ଏଥିରେ ଥିବା ଖରାପ ବ୍ୟାକ୍ଟେରିଆକୁ ଶେଷ କରିଥାଏ। ଏଥିରେ ଥିବା ଲୁଣ ପାଚନକ୍ରିୟାକୁ ଠିକ୍ ରଖିଥାଏ। ଖାଲି ତାହା ନୁହଁ ଆଚାରରେ ବ୍ୟବହାର ହୋଇଥିବା ସୋରିଷ ତେଲ ମଧ୍ୟ ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ।

-ଆଚାରରେ ବିଭିନ୍ନ ପ୍ରକାରର ପରିବା ଏବଂ ଫଳ ରହିଥାଏ। ଯେଉଁଥିରେ ବହୁଳ ପରିମାଣରେ ଭିଟାମିନ୍ ଏ, ବି୧୨, ସି, ଆଣ୍ଟିଅକ୍ସିଡେଣ୍ଟ ଏବଂ ଫ୍ଳୋଲେଟ ଆଦିରେ ଭରପୁର ରହିଥାଏ। ଏହା ଗ୍ୟାସ, ଏନିମିଆ ଏବଂ ପେଟ ସମ୍ବନ୍ଧୀୟ ସମସ୍ତ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏଣୁ ଆଚାର ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

-ଚଟଣୀରେ ବହୁତ କ୍ୟାଲୋରୀ ରହିଥାଏ। ଏଥିରେ ରସୁଣ, ଅଦା, ପିଆଜ, ଧନିଆ ଭଳି ଉତ୍ପାଦନ ରହିଥାଏ। ତେବେ ଏଥିରେ ତେଲର ବ୍ୟବହାର କରାଯାଇନଥାଏ। ଏଣୁ ଏହା ସଂପୂର୍ଣ୍ଣ ଫ୍ୟାଟ ଫ୍ରି ରହିଥାଏ।

chatni

– ଚଟଣୀ ସବୁବେଳେ ସତେଜ ପ୍ରସ୍ତୁତ ହୋଇଥିବା କାରଣରୁ ଏଥିରେ ବହୁତ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହାର ସେବନ ଶରୀରରୁ ଅନେକ ରୋଗ ଏବଂ ଜୀବାଣୁ ନଷ୍ଟ ହୋଇଥାଏ। ଏହା ବିଭିନ୍ନ କଞ୍ଚା ଜିନିଷରୁ ପ୍ରସ୍ତୁତ ହୋଇଥାଏ ଯାହା ଫଳରେ ଏହାକୁ ଖାଇବା ଦ୍ବାରା ପାଚନକ୍ରିୟା ମଧ୍ୟ ଭଲ ହୋଇଥାଏ। ଏଣୁ ଭାରତୀୟ ରୋଷେଇ ଘରେ ସବୁବେଳେ ଚଟଣୀ ପ୍ରସ୍ତୁତ ହୋଇଥାଏ।

ସୂଚନା : ସବୁବେଳେ କୌଣସି ଜିନିଷର ଅଧିକ ସେବନ ତାହାକୁ କ୍ଷତି ପହଞ୍ଚାଇଥାଏ। ଠିକ୍ ସେହିପରି ଚଟଣୀ ଏବଂ ଆଚାର ଖାଇବାର କିଛି ସମସ୍ୟା ନାହିଁ କିନ୍ତୁ ଏହାକୁ ଅତ୍ୟାଧିକ ମାତ୍ରାରେ ଖାଇବା ଅନୁଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button