ଜୀବନଶୈଳୀ

ସ୍ୱପ୍ନରେ ମା’କୁ ଦେଖିଲେ ହୋଇଯାଆନ୍ତୁ ଖୁସି, ଆପଣଙ୍କୁ ମିଳୁଛି ଏହି ସଙ୍କେତ

ରାତିରେ ଶୋଇବା ପୂର୍ବରୁ ସମସ୍ତଙ୍କ ମୁଣ୍ଡରେ କିଛି ନା କିଛି କଥା ଚାଲୁଥାଏ। କିଏ ପରିବାରର ସମସ୍ୟା ବିଷୟରେ ଭାବୁଥାଏ ତ କିଏ ପିଲାଙ୍କ ବିଷୟରେ। ସ୍ବପ୍ନ ଦେଖିବାକୁ କାହାକୁ ବା ପସନ୍ଦ ନ ଲାଗେ। ଫରକ ଏତିକି ଯେ କିଏ ଆଖି ବନ୍ଦ କରି ସ୍ବପ୍ନ ଦେଖିଥାଏ ତ କିଏ ଖୋଲା ଆଖିରେ ସ୍ବପ୍ନ ଦେଖିଥାଏ।

ସ୍ବପ୍ନ ବି ବହୁତ ପ୍ରକାରର ହୋଇଥାଏ। କିଛି ଭଲ ସ୍ବପ୍ନ ହୋଇଥାଏ ତ କିଛି ଖରାପ। ତେବେ କିଛି କଥା ଥାଏ, ଯାହା ସ୍ବପ୍ନ ରୂପରେ ଆମକୁ ସଙ୍କେତ ଦେଇଥାଏ। କୁହାଯାଏ, ଯେତେବେଳେ ଆମ ସହିତ କିଛି ହେବାର ଥାଏ, ତାହା ଆମକୁ ସ୍ବପ୍ନ ରୂପରେ ସଙ୍କେତ ମିଳିବାରେ ଲାଗିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଯଦି ଆପଣଙ୍କୁ ସ୍ୱପ୍ନରେ ପରିବାରର ଏହି ସଦସ୍ୟ ଦେଖାଯାଆନ୍ତି, ତା’ ହେଲେ ବୁଝିଯିବେ କି ଆଗକୁ ଏମିତି କିଛି ହେବାର ଅଛି।

African American woman dreaming.

ସ୍ୱପ୍ନରେ ଲାଲ ଶାଢି ପିନ୍ଧିଥିବା ମହିଳା

ପ୍ରତ୍ୟେକ ସ୍ୱପ୍ନରେ ଏକ ଅଲଗା ରହସ୍ୟ ଥାଏ। ଯଦି ସ୍ୱପ୍ନରେ ଲାଲ ଶାଢି ପିନ୍ଧିଥିବା କୌଣସି ମହିଳା ଦେଖା ଦିଅନ୍ତି, ତାହାର ଅର୍ଥ, ଆପଣଙ୍କୁ କେଉଁଠୁ ଧନ ମିଳିବାର ଅଛି, ଯେଉଁଠୁ ଆପଣ ଆଶା ରଖି ନ ଥିବେ।

sd

ସ୍ୱପ୍ନରେ ମା’ ଦେଖା ଦେଲେ

ବହୁତ ଲୋକ ଅଛନ୍ତି, ଯେଉଁମାନେ ସ୍ୱପ୍ନରେ ନିଜ ଘର ଲୋକଙ୍କୁ ଦେଖିଲେ ଡରିଯାନ୍ତି। ସେମାନଙ୍କୁ ଘର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ହେବାରେ ଲାଗିଥାଏ। କିନ୍ତୁ, ଡରିଯାଆନ୍ତୁ ନାହିଁ। ଯଦି ଆପଣ ସ୍ୱପ୍ନରେ ନିଜ ମା’ଙ୍କୁ ଦେଖନ୍ତି, ତେବେ ଏହାଠୁ ଭଲ ସୌଭାଗ୍ୟ ଆଉ କିଛି ନାହିଁ। ଏହାର ଅର୍ଥ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ।

a

ସ୍ୱପ୍ନରେ ସ୍ୱାମୀଙ୍କୁ ଦେଖିବା

ଯଦି କେହି ମହିଳା ନିଜ ସ୍ୱାମୀଙ୍କୁ ଦେଖିଥାଏ, ତାହାର ଅର୍ଥ ହେଲା କିଛି ଖୁସି ଖବର ମିଳିବାକୁ ଅଛି।

ସ୍ୱପ୍ନରେ ଭାଇକୁ ଦେଖିବା

ସ୍ୱପ୍ନରେ ଭାଇକୁ ଦେଖିଲେ ଏହାର ଅର୍ଥ ଯେ କେହି ନୂଆ ସାଙ୍ଗ ହେବାକୁ ଅଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button